ହାଇଦ୍ରାବାଦରେ ଭୟଙ୍କର ଅଗ୍ନିକାଣ୍ଡ; ୧୭ ଜୀବନ୍ତ ଦଗ୍ଧ, ୧୫ରୁ ଊର୍ଦ୍ଧ୍ବ ଗୁରୁତର
ହାଇଦ୍ରାବାଦ ଚାରମୀନାର ନିକଟରେ ଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଲୋକମାନେ ନିଆଁରେ ପୋଡି ଗୁରୁତର ହୋଇଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ନିଆଯାଇଥିଲା । ମେଡିକାଲରେ ସେମାନଙ୍କର ମୃତ୍ୟୁ ହୋଇଛି ।

ହେଲେ ଏପର୍ଯ୍ୟନ୍ତ ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି କି, ସକାଳ ସାଢେ ୬ ଟାରେ ନିଆଁ ଲାଗିଥିବାର ଖବର ସେମାନେ ପାଇଥିଲେ । ଏହି ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଜି, କିଶନ ରେଡ୍ଡୀ ଦୁଃଖ ପ୍ରକାଶ କରିବା ସହ ମୃତ ଲୋକଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ଚେଷ୍ଟା କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।












Click it and Unblock the Notifications