Get Updates
Get notified of breaking news, exclusive insights, and must-see stories!

ବିହାରର ମୁଜାଫରପୁରରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ

ବିହାରର ମୁଜାଫରପୁରରେ ବଡ଼ ଅଘଟଣ । ଘରେ ନିଆଁ ଲାଗିଯିବାରୁ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟ ଜୀବନ ଚାଲିଯାଇଛି । ଘଟଣାରେ ଅନ୍ୟ ପାଞ୍ଚ ଜଣ ମଧ୍ୟ ପୋଡ଼ି ଆହତ ହୋଇଛନ୍ତି । ଘରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି । ପୋଲିସ ଏବଂ ଅଗ୍ନିଶମ ବାହିନୀ ଦଳ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି ।

ଡିଏସପି ସୁଚିତ୍ରା କୁମାରୀ କହିଛନ୍ତି ଯେ, ସଟସର୍କିଟ୍ ଯୋଗୁଁ ଘରେ ନିଆଁ ଲାଗିଥିଲା । ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଅନ୍ୟ ପାଞ୍ଚ ଜଣ ପୋଡ଼ି ଯାଇ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

fire

ମୋତିପୁର ଥାନା ଅଞ୍ଚଳର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ପରିବାର ଲୋକେ ବର୍ତ୍ତିପାରିନଥିଲେ । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଗ୍ନିକାଣ୍ଡର କାରଣ ସର୍ଟସର୍କିଟ୍ ବୋଲି ଅନୁମାନ କରାଯାଉଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+