ଅରୁଣାଞ୍ଚଳ ପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ, 7ଶହ ଦୋକାନ ପୋଡି ପାଉଁଶ
ଅରୁଣାଞ୍ଚଳ ପ୍ରଦେଶରେ ଭୟଙ୍କର ଅଗ୍ନିକାଣ୍ଡ। ବଜରର 7ଶହ ଦୋକାନ ପୋଡି ପାଉଁଶ ।
ଇଟାନଗର : ଭୟଙ୍କର ଅଗ୍ନିକାଣ୍ତରେ ଜଳିଗଲା 7ଶହରୁ ଉର୍ଦ୍ଧ୍ବ ଦୋକାନ ଘର। ଆଜି ଅରୁଣାଞ୍ଚଳ ପ୍ରଦେଶର ରାଜଧାନୀ ଇଟାନଗରର ଦୈନିକ ବଜାରରେ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଫଳରେ ବଜାରରେ ଥିବା 7ଶହ ଦୋକାନରେ ନିଆଁ ଲାଗିଯିବା ଫଳରେ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶନ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।

ନାହରଲଗୁନ ଦୈନିକ ବଜାରରେ ସକାଳ 4ଟା ବେଳେ ଏହି ଅଘଟଣ ଘଟିଥିଲା । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଏଥିରେ କେହି ମୃତାହତ ହୋଇ ନାହାଁନ୍ତି । ଅଧିକାଂଶ ଦୋକାନ ବାଉଁଶ ଏବଂ କାଠରେ ଥିବାରୁ ଧୂଆଁ ଦ୍ରୁତଗତିରେ ବ୍ୟାପିଯାଇଥିଲା । ଅନେକ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ଅଗ୍ନିଶମ କର୍ମଚାରୀ । ଅଗ୍ନିକାଣ୍ଡରେ କୋଟି କୋଟି ଟଙ୍କାର କ୍ଷତି ହୋଇଛି। ଏସପି ଜିମ୍ମି ଛିରମଙ୍କ କହିବା ଅନୁସାରେ, ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ, ବର୍ତ୍ତମାନ ତଦନ୍ତ ଚାଲିଛି ।












Click it and Unblock the Notifications