ଦିଲ୍ଲୀର ଏକ ରେଷ୍ଟୁରାଣ୍ଟରେ ଭୟାବହ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ ଲାଗି ୧୦ ଦମକଳ ଗାଡ଼ି
ନୂଆଦିଲ୍ଲୀ: ଦିଲ୍ଲୀର ରାଜୌରି ଗାର୍ଡନର ଜଙ୍ଗଲ ଜମ୍ବୁରି ରେସ୍ତୋରାଁରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକାଳ ବିଭାଗର ୧୦ଟି ଗାଡ଼ି ଯୁଦ୍ଧକାଳିନଭିତ୍ତିରେ ଘଟଣାସ୍ଥଳରେ ଆସି ପହଞ୍ଚିଯାଇ ନିଆଁ ଲିଭା କାମରେ ଲାଗିପଡ଼ିଛି। ସୋମବାର ଦ୍ୱିପ୍ରହରରେ ନିଆଁ ଲାଗିଥିବା ଜଣାଯାଇଛି । ଏହି ଅଗ୍ନିକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।
ମିଳିଥିବା ସୂଚନା ମୁତାବକ, ରେଷ୍ଟୁରାଣ୍ଟରେ ନିଆଁ ଲାଗିବା ପରେ ଲୋକମାନେ ପ୍ରାଣ ବିକଳରେ ଡେଇଁ ନିଜ ଜୀବନ ବଞ୍ଚାଇଥିଲେ । ଅଗ୍ନିଶମ ଡାଇରେକ୍ଟର ଅତୁଲ ଗର୍ଗ କହିଛନ୍ତି ଯେ ଆଜି ଦିନ ପ୍ରାୟ ୨ଟା ସମୟରେ କଣ୍ଟ୍ରୋଲ ରୁମକୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଏବେ ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ଏହାକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ।
ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହେବାର ଖବର ନାହିଁ । ଘଟଣାସ୍ଥଳରେ ୬୦ରୁ ଅଧିକ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି । ଦିଲ୍ଲୀ ଅଗ୍ନିଶମ ବିଭାଗର ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି, ରାଜୌରି ଗାର୍ଡେନ ମେଟ୍ରୋ ଷ୍ଟେସନ ପାଖରେ ଥିବା ଜଙ୍ଗଲ ଜମ୍ବୁରି ରେସ୍ତୋରାଁରେ ନିଆଁ ଲାଗିବା ଖବର ମିଳିବା ମାତ୍ରେ ଦଶଟି ଦମକଳ ଗାଡ଼ି ସମେତ ଦମକଳ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁୂ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ। ଏଦିଗରେ ଯାଞ୍ଚ ଚାଲିଛି। ରୋସ୍ତୋରାଁରେ ଲାଗିଥିବା ନିଆଁ ହେତୁ ଆଖପାଖରେ ଥିବା ଦୋକାନରେ କଳାଧୁଆଁ ଭରି ଯାଇଛି। ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ଦେଖିବାକୁ ମିଳିଛି। ଲୋକମାନଙ୍କୁ ଭୟଭୀତ ନହେବାପାଇଁ ସୂଚାଇ ଦିଆଯାଇଛି। ସୌଭାଗ୍ୟବଶତଃ ରେସ୍ତୋରାଁରେ ଲାଗିଥିବା ନିଆଁ କାରଣରୁ କାହାରିକୁ କିଛି କ୍ଷତି ପହଞ୍ଚି ନାହିଁ।












Click it and Unblock the Notifications