ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ,ବିସ୍ଫୋରଣ ଭୟରେ ପୋଲିସ ନେଲା ବଡ଼ ଆକ୍ସନ
ଝାଡ଼ଖଣ୍ଡ ଦେଓଘରର ଜସିଡିହ ସ୍ଥିତ ଇଣ୍ଡିଆନ୍ ଅଏଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ସମଗ୍ର ଅଏଲ ପ୍ଲାଣ୍ଟରେ ଲାଗିଛି । ନିଆଁର ବିକଟାଳ ରୂପ ଦେଖି ପୋଲିସ ଆଖିପାଖରେ ଥିବା ଗାଁକୁ ଖାଲିଦେଇଛି । ଲୋକଙ୍କୁ ସୁରକ୍ଷିତ ଭାବେ ଗାଁରୁ ବାହାର କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି ।

ନିଆଁ ଗାଁରେ ବ୍ୟାପିବାର ଭୟ ରହିଛି । ତେଣୁ ପୋଲିସ ଗାଁକୁ ଯାଇ ଗାଁ ଖାଲି କରୁଛି । ନିଆଁର ପ୍ରକୋପ ବହୁତ ଦୂର ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ତେବେ କେଉଁ କାରଣ ଯୋଗୁଁ ନିଆଁ ଲାଗିଛି ତାହା ଜଣାପଡିନାହିଁ । ପ୍ଲାଣ୍ଟରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ସମସ୍ତ ପ୍ରକାରର ଚେଷ୍ଟା ଜାରି ରଖିଛି । ଦମକଳ ଗାଡି ନିଆଁ ଲିଭାଉଛି ।












Click it and Unblock the Notifications