ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ତ, ଜଳିଗଲା ଫୁଟ୍ ଓଭରବ୍ରିଜ୍
Massive Fire At Prayagraj Railway Station: ଉତ୍ତରପ୍ରଦେଶ ପ୍ରୟାଗରାଜ ରେଳ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ତ, କ୍ଷଣିକରେ ଜଳିଗଲା ଫୁଟ ଓଭରବ୍ରିଜ୍ । ସେପଟେ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି । ରେଳ କର୍ମଚାରୀ ମାନେ ଘଟଣାସ୍ଥାଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ଅଗ୍ନିଶମ ବାହିନୀ ମଧ୍ୟ ଉକ୍ତ ସ୍ଥାନରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି ।

ସୂଚନା ଅନୁସାରେ ଆଜି ଭୋରୁ ଉତ୍ତରପ୍ରଦେଶ ପ୍ରୟାଗରାଜ ରେଳ ଷ୍ଟେସନରେ କେବୁଲ ଟ୍ରେରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ତ ଘଟିଥିଲା । ଯାହା ପରେ ନିଆଁ ପୁରା ଓଭର ବ୍ରିଜରେ ବ୍ୟାପି ଯାଇଥିଲା । ସୂଚନା ପାଇଁ ଘଟଣାସ୍ଥଳରେ ଅଗ୍ନିଶନ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ତ ଯୋଗୁଁ କିଛି ସମୟ ପାଇଁ ବିଦ୍ୟୁତ୍ କାଟି ଦିଆଯାଇଥିଲା ।












Click it and Unblock the Notifications