ପ୍ଲାଷ୍ଟିକ୍ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଗୋଟିଏ ପରିବାରର ଚାରି ଜଣଙ୍କ ସମେତ ପାଞ୍ଚ ମୃତ

କର୍ଣ୍ଣାଟକର ନାଗରାଥପେଟରେ ଏକ ପ୍ଲାଷ୍ଟିକ୍ ଉତ୍ପାଦ ନିର୍ମାଣ ୟୁନିଟରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ଚାରି ଜଣଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି।ନାଗାରଥପେଟିରେ ଏକ ତିନି ମହଲା କୋଠାରେ ଘଟିଛି ଅଗ୍ନିକାଣ୍ଡ । ମୃତକମାନେ ମଦନ କୁମାର, ନିତେଶ, ସଂଗୀତା, ବିହାନା ଓ ସୁରେଶ କୁମାର ବୋଲି ଜଣାପଡ଼ିଛି । ଭୋର ପ୍ରାୟ ୩ଟା ସମୟରେ କୌଣସି କାରଣରୁ ଏହି କୋଠାରେ ନିଆଁ ଲାଗିଯାଇଥିଲା । ବାହାରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।

Massive fire

ପୋଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ନିଆଁ ଲିଭାଉଥିବା ସମୟରେ କେତେକ ଅଗ୍ନିଶମ ବାହିନୀ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ସହାୟତାରେ ବିଲ୍ଡିଂରୁ ପୋଡ଼ି ଯାଇଥିବା ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ବିଲ୍ଡିଂରେ ଏକ ପ୍ଲାଷ୍ଟିକ ମ୍ୟାଟ୍ ପ୍ରସ୍ତୁତ ୟୁନିଟ ଥିବା ବେଳେ କେଉଁ କାରଣ ପାଇଁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ିନାହିଁ । ସେପଟେ କର୍ଣ୍ଣାଟକ ଗୃହମନ୍ତ୍ରୀ ଜି ପରମେଶ୍ବର ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ଓ ୫ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+