କେମିକାଲ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ଫସିଲେ ଅନେକ ଶ୍ରମିକ

ଉତ୍ତରାଖଣ୍ଡର ହରିଦ୍ବାର ଜିଲ୍ଲା ଇବ୍ରାହିମପୁରରେ ଭୟଙ୍କର ଅଗ୍ନିକାଣ୍ଡ ସୃଷ୍ଟି ହୋଇଛି । ରବିବାର ଅର୍ଥାତ୍ ଗତ ୬ ତାରିଖର ବିଳମ୍ବିତ ରାତିରେ କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡର ଦୃଶ୍ୟ ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡରେ କିଛି ଲୋକ ଫସି ରହିଥିବାବେଳେ ଗୁରୁତର ଆହତ ଅବସ୍ଥାରେ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବାହିନୀ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଛନ୍ତି ।

ଭୟଙ୍କର ଅଗ୍ନିକାଣ୍ଡରେ ସ୍ଥାନୀୟ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ସମସ୍ତ ଜିନିଷ ଜଳିପୋଡି ପାଉଁଶ ହୋଇଯାଇଛି । ସେହି ଅଗ୍ନିକାଣ୍ଡରେ ମଧ୍ୟ କିଛି ଲୋକ ଆହତ ହୋଇଛନ୍ତି ଏବଂକିଛି ନିଖୋଜ ଥିବା ଆଶଙ୍କା କରାଯାଉଛି । ନିଆଁକୁ ଦେଖି ଘଟଣା ସ୍ଥାନରେ ଲୋକାରଣ୍ୟ ହୋଇଯାଇଥିଲା । ଅଗ୍ନିଶମ ବାହିନୀ ପକ୍ଷରୁ ଦୀର୍ଘ ସମୟ ଧରି ନିଆଁ ଲିଭା କାର୍ଯ୍ୟକ୍ରମ ଜାରି ରହିଥିଲା । ଦେଶରେ ଅଧିକ ତାପମାତ୍ରା ବୃଦ୍ଧି ହେତୁ ଏହିଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟଣା ବଢିବାରେ ଲାଗିଛି ।

Fire

ସୂଚନାଯୋଗ୍ୟ, ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଡିସାରେ ଥିବା ଏକ ଆତସବାଜି ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ । ଏହି ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ନିଆଁ ଲାଗିବା ସୂଚନା ମିଳିବା ପରେ ଅଗ୍ନିଶମ ଟିମ୍ ଏବଂ ଏସଡିଆରଏଫ ଟିମ୍ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଞ୍ଚିଛି । ସକାଳ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+