ଗେମିଂ ଜୋନ୍ ଅଗ୍ନିକାଣ୍ତ ଘଟଣା: ମାଲିକ ମଧ୍ୟ ଜୀବନ୍ତ ଦଗ୍ଧ, ଡିଏନଏରୁ ହେଲା ସ୍ପଷ୍ଟ
Gujrat News: ଗୁଜୁରାଟ ରାଜକୋଟରେ ଥିବା ଟିଆରପି ଗେମ୍ ଜୋନର ଅଗ୍ନିକାଣ୍ତରେ ଶିଶୁଙ୍କ ସମେତ 27ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ବର୍ତ୍ତମାନ ଖବର ରହିଛି ଏହି ଅଗ୍ନିକାଣ୍ତରେ ଗେମିଂ ଜୋନ୍ ମାଲିକ ପ୍ରକାଶ ହିରନ୍ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଡିଏନ୍ଏ ପରୀକ୍ଷା ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ।

ଗୁଜୁରାଟର ରାଜକୋଟରେ ଅବସ୍ଥିତ ଟିଆରପି ଗେମ୍ ଜୋନରେ ଅଗ୍ନିକାଣ୍ଡ ହେତୁ ଗେମ୍ ଜୋନ୍ ମାଲିକ ପ୍ରକାଶ ହିରାନଙ୍କ ମୃତ୍ୟୁ ହୋଇଛି । ଡିଏନ୍ଏ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି । ଏହି ମାମଲାରେ ଗୁଜୁରାଟ ପୋଲିସ ଟିଆରପି ଗେମ ଜୋନ ଚଳାଉଥିବା ଧୱଲ ନିଗମର ମାଲିକ ଧୱଲ ଠକ୍କରଙ୍କ ସମେତ ରେସୱେ ଏଣ୍ଟରପ୍ରାଇଜେସର ପାଞ୍ଚଜଣ ସହଯୋଗୀଙ୍କୁ ଗିରଫ କରିଛି।
ଗେମିଂ ଜୋନ୍ ଅଗ୍ନିକାଣ୍ତ ବେଳର ସିସିଟିଭି ଫୁଟେଜ ସାମ୍ନା ଆସିଛି, ଯେଉଁଥିରେ ପ୍ରକାଶ ହିରନ୍ ଘଟଣାସ୍ଥଳରେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏପରିକି ତାଙ୍କ କାର ମଧ୍ୟ ଘଟଣାସ୍ଥଳରେ ଥିବା ନେଇ ସୂଚନା ରହିଛି । ଉକ୍ତ ଗେମ୍ ଜୋନର ୬୦%ରୁ ଅଧିକ ସମ୍ପତ୍ତିର ମାଲିକାନା ରହିଥିଲା । ସୂଚନାଥାଉ ଯେ, ମେ ୨୫ ତାରିଖରେ ଗୁଜୁରାଟ ରାଜକୋଟରେ ଥିବା ଟିଆରପି ଗେମିଂ ଜୋନରେ ଭୟଙ୍କର ଅଗ୍ନିକାଣ୍ତ ଘଟିଥିଲା । ଯେଉଁଥିରେ ୧୨ ଜଣ ଶିଶୁଙ୍କ ସମେତ ୩୨ ଜଣଙ୍କ ମୃ୍ତ୍ୟୁ ଘଟିଛି ।












Click it and Unblock the Notifications