ଜେଲ୍ ଭିତରେ ହେଲା ଭୟଙ୍କର ବିସ୍ଫୋରଣ

ମୁମ୍ବାଇ: ମହାରାଷ୍ଟ୍ର ଅମରାବତୀ ସେଣ୍ଟ୍ରାଲ ଜେଲରେ ଘଟିଛି ଭୟଙ୍କର ବିସ୍ଫୋରଣ । ଏହି ଘଟଣାରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ପୋଲିସ ଏହି ଘଟଣାର ତଦନ୍ତ ଜାରି କରିଛି । କ୍ରିକେଟ୍ ବଲ୍ ଭିତରେ ବାରୁଦ ରଖି କେହି ଦୁର୍ବୁତ୍ତ ଜେଲ ଭିତରକୁ ଫିଙ୍ଗିଥିବା ଜଣାପଡିଛି । ଯାହାକୁ ନେଇ ଜେଲରେ ଥିବା କଏଦୀ ଏବଂ ପୁଲିସ୍ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

Massive Explosion Rocks Amravati Central Jail

ଏହି ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି । ଘଟଣା ବିଷୟରେ ଜଣାପଡିବା ପରେ ପୁଲିସ୍ କମିଶନର , ଡିସିପି ଏବଂ ଅନ୍ୟ ବରିଷ୍ଠ ପୁଲିସ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ । ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇ ନାହାନ୍ତି । କିନ୍ତୁ ଜେଲର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । କିଏ ଜେଲ୍ ଭିତରକୁ ଏଭଳି ବାରୁଦ ଭର୍ତ୍ତି ବଲ୍ ପିଙ୍ଗିଲା ସେନେଇ ପୁଲିସ ଯାଞ୍ଚ ଜାରି ରଖିଛି । ବିସ୍ଫୋରଣରେ କେଉଁ ପ୍ରକାରର ବାରୁଦ ବ୍ୟବହାର କରାଯାଇଥିବା ଫରେନ୍‌ସିକ୍ ଯାଞ୍ଚ ପରେ ଜଣାପଡିବ ବୋଲି ପୁଲିସ କମିଶନର ନବୀନଚନ୍ଦ୍ର ରେଡ୍ଡୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+