ମେଘାଳୟର ଏକ ବେଆଇନ ଖଣିରେ ଭୟଙ୍କର ବିସ୍ଫୋରଣ ୧୬ ଶ୍ରମିକ ମୃତ
ମେଘାଳୟର ଏକ ବେଆଇନ ଖଣିରେ ବିସ୍ଫୋରଣ ଘଟି ୧୬ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ଗୁରୁବାର ସକାଳେ ଥାଙ୍ଗସ୍କୁ ଅଞ୍ଚଳରେ ଘଟିଥିବା ଏହି ଦୁର୍ଘଟଣାରେ ଏବେ ମଧ୍ୟ ଅନେକ ଶ୍ରମିକ ଖଣି ଭିତରେ ଫସି ରହିଥିବା ଆଶଙ୍କା କରାଯାଉଛି। ମେଘାଳୟର DGP ଆଇ. ନୋଙ୍ଗରାଙ୍ଗଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରୁ ୧୬ଟି ମୃତଦେହ ଉଦ୍ଧାର କରାଯାଇଛି। ବିସ୍ଫୋରଣ ସମୟରେ ଖଣି ଭିତରେ ପ୍ରକୃତରେ କେତେ ଜଣ ଶ୍ରମିକ ଥିଲେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୁର୍ଘଟଣାରେ ଗୁରୁତର ଆହତ ଜଣେ ବ୍ୟକ୍ତିଙ୍କୁ ଶିଲଂର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଖଣିଟି ବେଆଇନ ଭାବେ ପରିଚାଳିତ ହେଉଥିଲା। ଖଣି ଖନନ କାର୍ଯ୍ୟ ଚାଲିଥିବା ସମୟରେ ହିଁ ଏହି ବିସ୍ଫୋରଣ ଘଟିଥିଲା। ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ୨୦୧୪ ମସିହାରୁ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ ପରିବେଶ ଏବଂ ସୁରକ୍ଷା ଦୃଷ୍ଟିରୁ ମେଘାଳୟରେ 'ରାଟ୍-ହୋଲ୍' କୋଇଲା ଖଣି ଖନନ ଉପରେ କଟକଣା ଜାରି କରିଛନ୍ତି।

କ'ଣ ଏହି 'ରାଟ୍-ହୋଲ୍' ମାଇନିଂ?
ଏହି ପଦ୍ଧତିରେ ଶ୍ରମିକମାନେ ମାତ୍ର ୩ ରୁ ୪ ଫୁଟ୍ ଉଚ୍ଚତାର ଅତି ସଂକୀର୍ଣ୍ଣ ଗାତ ବା ସୁଡ଼ଙ୍ଗ ଭିତରକୁ ପଶି କୋଇଲା ବାହାର କରିଥାନ୍ତି। ଏହି ସୁଡ଼ଙ୍ଗଗୁଡ଼ିକ ମୂଷା ଗାତ ଭଳି ଦେଖାଯାଉଥିବାରୁ ଏହାକୁ 'ରାଟ୍-ହୋଲ୍' କୁହାଯାଏ। ଏହା ଅତ୍ୟନ୍ତ ବିପଜ୍ଜନକ। ଉଦ୍ଧାର କାର୍ଯ୍ୟ ପାଇଁ SDRF ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ପଡ଼ୋଶୀ ଆସାମର ବୋଲି ସନ୍ଦେହ କରାଯାଉଛି।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications