ଛତିଶଗଡ଼ ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୭ ମୃତ
ଛତିଶଗଡ଼ ବଲୋଦା ବଜାରରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ପ୍ଲାଣ୍ଟର ଡିଏସି କୋଇଲା ଭାଟିରେ ହଠାତ୍ ବିସ୍ଫୋରଣ ହେବା ଯୋଗୁଁ ୭ ଜଣ ଶ୍ରମିକଙ୍କ ଜୀବନ ଚାଲିଯାଇଛି । ବିସ୍ଫୋରଣରେ କିଛି ଶ୍ରମିକ ଆହତ ମଧ୍ୟ ହୋଇଛନ୍ତି । ବିସ୍ଫୋରଣ ସମୟରେ ଶ୍ରମିକ ଆଖପାଖ ଅଞ୍ଚଳରେ ସଫେଇ କାମ କରୁଥିଲେ । ଏହି ସମୟରେ ଗରମ କୋଇଲା ଯୋଗୁଁ ଜଳିଯାଇଥିଲେ ।

ବିସ୍ଫୋରଣରେ ଅନେକ ଶ୍ରମିକ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ହପସିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ସୂଚନା ପାଇ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା ।ବିସ୍ଫୋରଣ ଯୋଗୁଁ ଆକାଶରେ ଅନେକ ଉଚ୍ଚତା ଯାଏଁ ଧୂଆଁ ଉଠିଥିଲା । ଏହି ଅଘଟଣରେ ନିପାନିଆ ଥାନା ଏବଂ ଭାଟାପାରା ଗ୍ରାମୀଣ ପୋଲିସ ଯାଞ୍ଚ କରୁଛି । ବିସ୍ଫୋରଣ କେମିତି ହେଲା ତାହା ଏଯାଏଁ ଜଣାପଡିନାହିଁ । ପୋଲିସ ଘଟଣା ସ୍ଥଳକୁ ଘେରାବନ୍ଦୀ କରି ସୁରକ୍ଷିତ କରିଛି । ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା ଚାଲିଛି ।
More From
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications