ଛତିଶଗଡରେ ବଡ଼ ଧରଣର ଏନ୍‌କାଉଣ୍ଟର, ୫ ମାଓବାଦୀ ନିହତ

ମାଲକାନଗିରି: ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ବଡ଼ ଧରଣର ଏନ୍‌କାଉଣ୍ଟର । ଏହି ଏନକାଉଣ୍ଟରରେ ଘମଣ୍ଡି ଜଙ୍ଗଲରେ ପୋଲିସ ଗୁଳିରେ ୫ ମାଓବାଦୀ ନିହତ ହୋଇଛନ୍ତି । ନାରାୟଣପୁର ଜିଲ୍ଲା କୋହକାମେଟା ଥାନା ଅଞ୍ଚଳରେ ସୁରକ୍ଷାବାହିନୀର ଯୋରଦାର ଅପରେସନ । ଛତିଶଗଡ଼ ନାରାୟଣପୁର ଜିଲା ଅବୁଝମାଡର ଘାମାଣ୍ଡି ଏବଂ କୁରେଭାଇ ଗ୍ରାମ ମଧ୍ୟରେ ଛତିଶଗଡ଼ର ୪ ଜିଲାରୁ ୧୦୦ରୁ ଊର୍ଦ୍ଧ୍ୱ ଏସ୍‌ଟିଏଫ୍‌, ଡିଆରଜି ଓ ସିଆରପିଏଫ୍‌ ଯବାନ ଓ ସ୍ଥାନୀୟ ପୋଲିସ ପକ୍ଷରୁ ଗତ ୩୦ ତାରିଖରୁ ତଲାସି ଆରମ୍ଭ କରିଥିଲେ ।

5 naxtal killed

ଏହି ଅଭିଯାନ ୨ ଦିନ ଧରି ଜାରି ରହିଥିବା ବେଳେ ମଙ୍ଗଳବାର ଜଙ୍ଗଲରେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ମାଓବାଦୀମାନେ ଯବାନଙ୍କୁ ଦେଖି ଗୁଳି ଚାଳନା କରିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିଲା । ଦୀର୍ଘ ସମୟ ଧରି ଗୁଳି ବିନିମୟ ଜାରି ରହିଥିବା ବେଳେ ସେଥିରେ ୫ ମାଓବାଦୀ ନିହତ ହୋଇଥିବା ଏବଂ ବହୁ ଆହତ ହୋଇଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+