ଭାନୁଆତୁରେ ୭.୩ ତୀବ୍ରତାର ଭୂମିକମ୍ପ, ଭୁଶୁଡ଼ିଲା ଅନେକ କୋଠା

ଦକ୍ଷିଣ ପ୍ରଶାନ୍ତ ମହାସାଗରର ଭାନୁଆତୁ ଦୀପପୁଞ୍ଜର ଉପକୂଳରେ ରବିବାର ୭.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଭାରତୀୟ ସମୟ ମୁତାବକ, ଏହି ଭୂମିକମ୍ପ ସକାଳ ୭ଟା ୧୭ ମିନିଟରେ ଆସିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ରାଜଧାନୀ ପୋର୍ଟ ଭିଲାରୁ ୩୦ କିଲୋମିଟର ପଶ୍ଚିମରେ ୫୭ କିଲୋମିଟର ଗଭୀରରେ ଥିଲା । ଏହି ଭୂମିକମ୍ପ ପରେ ୫.୫ ତୀବ୍ରତାର ଏକ କମ୍ପନ ମଧ୍ୟ ଅନୁଭୂତ ହୋଇଥିଲା । ଭୂମିକମ୍ପ ପରେ ହୋଇଥିବା କ୍ଷୟକ୍ଷତି ଏ ପର୍ଯ୍ୟନ୍ତ ଆକଳନ କରାଯାଇ ନ ଥିବା ସୂଚନା ଦେଇଛି ଆମେରିକାର ଜିଓଲୋଜିକାଲ୍ ସର୍ଭେ (USGS) ।

ତେବେ ସମସ୍ତ ସରକାରୀ ୱେବସାଇଟ୍ ଅଫଲାଇନ୍ ହୋଇଯାଇଛି । ପୋଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିର ଫୋନ୍ ନମ୍ବର ମଧ୍ୟ କାମ କରୁନାହିଁ । ଦେଶର ଭୂମିକମ୍ପ ସମ୍ବନ୍ଧୀୟ ସଂସ୍ଥା ମଧ୍ୟ ଏ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି । ସୋସିଆଲ ମିଡିଆରେ ଭୂମିକମ୍ପର ଅନେକ ଭିଡିଓ ପୋଷ୍ଟ କରାଯାଇଛି । ଗୋଟିଏ ଭିଡିଓରେ ଏକ କୋଠା ଭୁଶୁଡ଼ି ପଡ଼ିଥିବାର ଦେଖାଯାଉଛି, ଯେଉଁଥିରେ ବ୍ରିଟେନ, ଫ୍ରାନ୍ସ ଏବଂ ନ୍ୟୁଜିଲାଣ୍ଡର କୂଟନୈତିକ ମିଶନ କାର୍ଯ୍ୟାଳୟ ରହିଥିଲା ।

earthquake

USGS ଭୂମିକମ୍ପ ପରେ ସୁନାମି ଚେତାବନୀ ଜାରି କରିଛି । ସୁନାମି ବେଳେ ସମୁଦ୍ର ଢେଉ ୧ ମିଟର ଉଚ୍ଚ ପର୍ଯ୍ୟନ୍ତ ଉଠିପାରେ । ଭାନୁଆତୁର ଅନେକ ଦ୍ୱୀପ ସମୁଦ୍ର ପତ୍ତନଠାରୁ ମାତ୍ର ୩ ଫୁଟ (୧ ମିଟର) ଉଚ୍ଚରେ ଅବସ୍ଥିତ । ଭାନୁଆତୁ ବ୍ୟତୀତ ପାପୁଆ ନ୍ୟୁ ଗିନି, ଫିଜି ଏବଂ ସୋଲେମାନ ଦ୍ୱୀପପୁଞ୍ଜ ପରି ଦ୍ୱୀପ ଦେଶ ପାଇଁ ମଧ୍ୟ ଚେତାବନୀ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+