ଭୟଙ୍କର ବିସ୍ଫୋରଣ ନେଲା ୬ ଜୀବନ
ବିହାର ଛାପରା ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ । ଆଜି ଅପରାହ୍ନରେ ଏହି ଅଘଟଣ ଘଟିଛି। ବିସ୍ଫୋରଣ ର ବେଗ ଏତେ ଥିଲା ଯେ ଗୋଟିଏ ଘର ଭୁଶୁଡି ପଡିବା ଫଳରେ ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ ହୋଇଛି ।
ପାଟନା: ବିହାର ଛାପରା ଜିଲ୍ଲାରେ ଭୟଙ୍କର ବିସ୍ଫୋରଣ । ଆଜି ଅପରାହ୍ନରେ ଏହି ଅଘଟଣ ଘଟିଛି। ବିସ୍ଫୋରଣ ର ବେଗ ଏତେ ଥିଲା ଯେ ଗୋଟିଏ ଘର ଭୁଶୁଡି ପଡିବା ଫଳରେ ଘଟଣାସ୍ଥଳରେ 6 ଜଣଙ୍କ ମୃତ୍ୟୁ ହୋଇଛି ।

କ୍ଷତିଗ୍ରସ୍ତ ହୋଇଥିବା ଘରର ଭଗ୍ନାବଶେଷ ତଳୁ ଅନ୍ୟ କିଛି ବ୍ୟକ୍ତିଙ୍କୁ ମଧ୍ୟ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବିସ୍ଫୋରଣର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘରେ କୌଣସି ବିସ୍ଫୋଟକ ସାମଗ୍ରୀ ରଖାଯାଇଥିବା କାରଣରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି। ଏନେଇ ଫୋରେନସିକ ଟିମ ଓ ବୋମାଡିସ୍ପୋଜାଲ ଟିମ ମଧ୍ୟ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ।
ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ସମ୍ପର୍କରେ ସୂଚନା ମିଳିନାହିଁ। ଏନେଇ ସ୍ଥାନୀୟ ଏସ.ପି ସନ୍ତୋଷ କୁମାର ସୂଚନା ଦେଇଛନ୍ତି । ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।












Click it and Unblock the Notifications