ଗହୀରମଥାରେ ଅଲିଭରିଡଲେଙ୍କ ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା
ଗହୀରମଥା ପାଇଁ ଖୁସି ଖବର। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭରିଡଲେ କଇଁଛମାନଙ୍କ ଅଣ୍ଡାଦାନ ଆରମ୍ଭ । ସାମୁହିକ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ଅନେକ କଇଁଛମାନେ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରୁଛନ୍ତି । ବିକ୍ଷିପ୍ତ ଭାବେ ଅଲିଭରିଡଲେ ଦେଇଥିବା ଅଣ୍ଡାକୁ ସଂଗ୍ରହ କରି ଅସ୍ଥାୟୀ ହାଚେରିରେ ରଖାଯାଇଛି । ଚଳିତ ବର୍ଷ ଗୋଟିଏ ଦିନରେ ୬୦ରୁ ଅଧିକ କଇଁଛ ବିକ୍ଷିପ୍ତ ଭାବେ ଅଣ୍ଡାଦାନ କରିଥିବାରୁ ଏଥର ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହେବାନେଇ ଆଶା ରଖିଛି ବନବିଭାଗ । ବର୍ତ୍ତମାନ ସୁଦ୍ଧା ବନବିଭାଗର ରିପୋର୍ଟ ଅନୁସାରେ ୨୨୫ଟି କଇଁଛ ବସା ଚିହ୍ନଟ କରାଯାଇ ହାଚେରିରେ ରଖାଯାଇଛି ।

ଅନ୍ୟପଟେ ଗହୀରମଥା ଓ ଭିତରକନିକାର ସୁରକ୍ଷାରେ ନିୟୋଜିତ ହେବ ଡ୍ରୋନ । ଉଭୟ ସାମୁଦ୍ରିକ ଅଭୟାରଣ୍ୟ ଓ ଜାତୀୟ ଉଦ୍ୟାନର ପ୍ରତିଟି କାର୍ଯ୍ୟକଳାପ ଉପରେ ନଜର ରଖିବ ଏହି ଡ୍ରୋନ କ୍ୟାମେରା । ଦୀର୍ଘ ପାଞ୍ଚଦିନ ଧରି ରାଜନଗର ବନବିଭାଗର କର୍ମଚାରୀଙ୍କୁ ଡ୍ରୋନ କ୍ୟାମେରା ଚଳାଇବାର ଟ୍ରେନିଂ ଦିଆଯାଉଛି । ଏହା ଦ୍ୱାରା ନିଷିଦ୍ଧଞ୍ଚଳରେ ବେଆଇନ ଭାବେ ମାଛ ମାରୁଥିବା ଟ୍ରଲର ଗୁଡିକୁ ମଧ୍ୟ ଚିହ୍ନଟ କରାଯାଇପାରିବ । ଗହୀରମଥାର ଅଲିଭରିଡଲେଙ୍କ ସମେତ ଭିତରକନିକାର ବିଭିନ୍ନ ପଶୁପକ୍ଷୀଙ୍କ ଗତିବିଧି ଉପରେ ମଧ୍ୟ ନଜର ରଖାଯାଇପାରିବ ।
-
ହଠାତ୍ ଆମେରିକାର ଚିନ୍ତା ବଢାଇ ଦେଲା ଇରାନ, ଡିଏଗୋ ଗାର୍ସିଆ' ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ -
ବନ୍ଦ ହେବ ଇରାନ ଆମେରିକା ଯୁଦ୍ଧ, ସଙ୍କେତ ଦେଲେ ଆମେରିକା ରାଷ୍ଟ୍ରପତି -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା


Click it and Unblock the Notifications