ଫେରିଲା କରୋନା କଟକଣା: ଏଣିକି କାର୍ଣ୍ଣାଟକରେ ମାସ୍କ ବାଧ୍ୟତାମୂଳକ

ଫେରିଲା କରୋନା କଟକଣା: ଏଣିକି କାର୍ଣ୍ଣାଟକରେ ମାସ୍କ ବାଧ୍ୟତାମୂଳକ, କରୋନା ସ୍ଥିତିକୁ ନଜରରେ ରଖି କର୍ଣ୍ଣାଟକ ଲାଗୁ ହେଲା ନୂଆ ନିୟମ । କରୋନା ସଙ୍କଟ ମଧ୍ୟରେ କର୍ଣ୍ଣାଟକ ସରକାର ନୂଆ ବର୍ଷର ଉତ୍ସବକୁ ନଜରରେ ରଖି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

ବେଙ୍ଗାଲୁରୁ: ଫେରିଲା କରୋନା କଟକଣା । ଚୀନ୍‌ର ଦିନକୁ ଦିନ ଅବସ୍ଥା ବିଗିଡିବାରେ ଲାଗିଛି । ଯାହା ପରେ ଏବେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । କରୋନା ସ୍ଥିତିକୁ ନଜରରେ ରଖି କର୍ଣ୍ଣାଟକରେ ଲାଗୁ ହେଲା ନୂଆ ନିୟମ । କରୋନା ସଙ୍କଟ ମଧ୍ୟରେ କର୍ଣ୍ଣାଟକ ସରକାର ନୂଆ ବର୍ଷର ଉତ୍ସବକୁ ନଜରରେ ରଖି ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

Mask mandatory at Karnataka

କର୍ଣ୍ଣାଟକ ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଏଣିକି ସମସ୍ତ ସିନେମା ହଲ୍, ମଲ୍, ସ୍କୁଲ୍ ଏବଂ କଲେଜରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏହା ସହ ସାମାଜିକ ଦୂରତା ନିୟମକୁ ମଧ୍ୟ ପାଳନ କିରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ନୂଆ ବର୍ଷ କେବଳ ରାତି ୧ ଟା ପର୍ଯ୍ୟନ୍ତ ପାଳନ କରାଯାଇପାରିବ। ନୂଆବର୍ଷ ଉତ୍ସବ ପାଇଁ ପବ, କ୍ଲବ, ରେଷ୍ଟୁରାଣ୍ଟ ଏବଂ ବାରରେ ସମସ୍ତେ ପିନ୍ଧିଲେ ହିଁ ଏଣ୍ଟ୍ରି ମିଳିପାରିବ । ଏହା ବ୍ୟତୀତ ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ମାସ୍କ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କେବଳ ସତର୍କ ରୁହନ୍ତୁ ।

କୋଭିଡ୍ ଗାଇଡଲାଇନ ବିଷୟରେ ସୂଚନା ଦେଇ କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, "ଚଳଚ୍ଚିତ୍ର ପ୍ରେକ୍ଷାଳୟ, ବିଦ୍ୟାଳୟ ଏବଂ କଲେଜ ଭିତରେ ମାସ୍କ ବାଧ୍ୟତାମୂଳକ କରାଯାଇଛି। ପବ୍, ରେଷ୍ଟୁରାଣ୍ଟ ଏବଂ ବାରରେ ନୂତନ ବର୍ଷ ପାଳନ କରିବା ପାଇଁ ମାସ୍କ ବାଧ୍ୟତାମୂଳକ ହେବ। ରାତି ୧ ଟା ପୂର୍ବରୁ ନୂଆବର୍ଷ ଉତ୍ସବ ଶେଷ ହେବ '। ଆତଙ୍କିତ ହେବା ପରିବର୍ତ୍ତେ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି କର୍ଣ୍ଣାଟକର ସ୍ୱାସ୍ଥ୍ୟମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+