ସାମ୍ନାକୁ ଆସିଲା ଲିଭ୍-ଇନ୍ ରିଲେସନସିପ୍‌ର ଭୟଙ୍କର ଚିତ୍ର, ପ୍ରେମିକାକୁ ହତ୍ୟା କରି ୮ ମାସ ହେଲା ଫ୍ରିଜ୍‌ରେ ରଖିଥିଲା ପ୍ରେମିକ

ନୂଆଦିଲ୍ଲୀ: ପ୍ରଥମେ ପ୍ରେମ ପରେ ପ୍ରତାରଣା ପୁଣି ହତ୍ୟା । ସାମ୍ନାକୁ ଆସିଲା ଲିଭ୍-ଇନ୍ ରିଲେସନସିପ୍‌ର ଭୟଙ୍କର ଚିତ୍ର । ପ୍ରଥମ ଦେଖାର ପ୍ରେମ ଫ୍ରିଜ୍‌ ଭିତରେ ଆସି ଶେଷ ହୋଇଗଲା। ଯାହାକୁ ମନ ଦେଇଥିଲେ ତାକୁ ହିଁ ମାରିଦେଲେ। ବିବାହ ପ୍ରତିଶ୍ରୁତି ଦେଇ କଲା ହତ୍ୟା। ଜହ୍ଲାଦ ସାଜିଲା ପ୍ରେମିକ। ପ୍ରେମିକାର ତଣ୍ଟିଚିପି ମାରିଦେଲା। ଏହାପରେ ମୃତଦେହକୁ ଫ୍ରିଜ୍‌ରେ ପୁରାଇ ୮ ମାସ ଯାଏଁ ଲୁଚାଇ ରଖିଥିଲା। ଏଭଳି କିଛି ଲିଭ-ଇନ୍‌ ରିଲେସନ୍‌ସିପ୍‌ର ଲୋମଟାଙ୍କୁରା ଖବର ସାମ୍ନାକୁ ଆସିଛି ମଧ୍ୟପ୍ରଦେଶରୁ।

ଅଭିଯୁକ୍ତ ସଞ୍ଜୟ ପଟିଦାର ରହୁଥିବା ଭଡ଼ା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଶାଢ଼ି ପିନ୍ଧା ମହିଳାଙ୍କ ଗଳିତ ମୃତଦେହ‌ରେ ସେ ପିନ୍ଧିଥିବା ଗହଣା ମଧ୍ୟ ଦେଖିବାକୁ ମିଳିଛି। ଜଣାପଡ଼ିଛି ଯେ ତାଙ୍କ ଗଳାରେ ଫାଶି ଲଗା ଯାଇଥିଲା। ଏହାବ୍ୟତୀତ ତାଙ୍କ ନାକ ଓ ବେକକୁ ମିଶାଇ ତାଙ୍କ ଦୁଇ ହାତକୁ ବନ୍ଧା ଯାଇଥିଲା।

ପୁଲିସ୍‌ ସନ୍ଦେହ କରୁଛି ଯେ ପୀଡ଼ିତା ପିଙ୍କି ପ୍ରଜାପତିଙ୍କୁ ଗତ ବର୍ଷ ଜୁନ୍‌ ମାସରେ ହତ୍ୟା କରାଯାଇଛି। ଉଜୈନର ବାସିନ୍ଦା ପଟିଦାର ଗତ ପାଞ୍ଚ ବର୍ଷ ଧରି ତାଙ୍କ ସହିତ ଲିଭ୍-ଇନ୍ ସମ୍ପର୍କରେ ଥିବା କୁହାଯାଉଛି। ପିଙ୍କି ବିବାହ ପାଇଁ ଚାପ ପକାଉଥିବାରୁ ପଟିଦାର ନିଜ ବନ୍ଧୁଙ୍କ ସହାୟତାରେ ତାଙ୍କର ହତ୍ୟା କରିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜ‌ାଣିବାକୁ ପାଇଛି। ଗତ ବର୍ଷ ଜୁନ୍ ମାସରେ ବଲବୀର ରାଜପୁତ୍ ନାମକ ଜଣେ ବ୍ୟକ୍ତି ଫ୍ଲାଟର ଗ୍ରାଉଣ୍ଡ ଫ୍ଲୋରକୁ ଭଡ଼ାରେ ନେଇଥିଲା ।

Married man kills live-in partner hides body in fridge for 8 months

ଯେଉଁଥିରେ ପୂର୍ବରୁ ଅଭିଯୁକ୍ତ ସଞ୍ଜୟ ରହୁଥିଲା । ଅଭିଯୁକ୍ତ ଦୁଇଟି ରୁମ୍ ବନ୍ଦ କରି ରଖିଥିବାରୁ ନୂଆ ଭଡ଼ାଦାର ଏହାକୁ ବ୍ୟବହାର କରିପାରୁନଥିଲେ । ଏନେଇ ସେ ଘର ମାଲିକଙ୍କୁ ଜଣାଇଥିଲେ । ତାଲା ଭାଙ୍ଗି ଘର ବ୍ୟବହାର କରିବାକୁ ଘର ମାଲିକ କହିଥିଲେ । ଭଡ଼ାଦାର ବଲବୀର ଘର ଖାଲି କରିବା ବେଳେ ଛ' ମାସ ହେଲା ମୃତଦେହ ଭର୍ତ୍ତି ଫ୍ରିଜରୁ ଦୁର୍ଗନ୍ଧ ଆସିଥିଲା । ଏନେଇ ସେ ସ୍ଥାନୀୟ ପୋଲିସକୁ ଜଣାଇବା ପରେ ଛାନଭିନ୍ ଆରମ୍ଭ କରି ଅଭିଯୁକ୍ତ ଜହ୍ଲାଦ ପ୍ରେମିକ ସଞ୍ଜୟ ପାଟିଦାରକୁ ଗିରଫ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+