ବିବାହର ମୂଳ ଉଦ୍ଦେଶ୍ୟ ଶାରୀରିକ ସୁଖ ନୁହେଁ , ପରିବାର ବୃଦ୍ଧି: ମାଡ୍ରାସ ହାଇକୋର୍ଟ
ବିବାହକୁ ନେଇ ମାଡ୍ରାସ ହାଇକୋର୍ଟ ରଖିଲେ ଏକ ବଡ ଟିପ୍ପଣୀ । ବିବାହ କେବଳ ଶାରୀରିକ ସୁଖ ପାଇଁ ନୁହେଁ ବରଂ ସନ୍ତାନ ପ୍ରସବ ପାଇଁ ବୋଲି କହିଛନ୍ତି କୋର୍ଟ।
ଚେନ୍ନାଇ: ବିବାହକୁ ନେଇ ମାଡ୍ରାସ ହାଇକୋର୍ଟ ରଖିଲେ ଏକ ବଡ ଟିପ୍ପଣୀ । ବିବାହ କେବଳ ଶାରୀରିକ ସୁଖ ପାଇଁ ନୁହେଁ ବରଂ ସନ୍ତାନ ପ୍ରସବ ପାଇଁ ବୋଲି କହିଛନ୍ତି କୋର୍ଟ। ଚେନ୍ନାଇର ଦମ୍ପତିଙ୍କ ମାମଲା ଶୁଣାଣି ବେଳେ ଏଭଳି ମନ୍ତବ୍ୟ ଦେଇଛନ୍ତି ଜଷ୍ଟିସ କୃଷ୍ଣନ ରାମାସ୍ବାମୀ । ବିବାହର ମୂଳ ଉଦ୍ଦେଶ୍ୟ ହେଉଛି, ସନ୍ତାନ ପ୍ରସବ ଏବଂ ସନ୍ତାନଙ୍କୁ ଭଲ ପରିବେଶ ସହିତ ବଢାଇବା ।

ତେବେ ପ୍ରକୃତ ମାମଲା ହେଉଛି, ଚେନ୍ନାଇର ଜଣେ ମହିଳା ନିଜ ସ୍ବାମୀଙ୍କ ନାମରେ ମାମଲା ଦାଏର କରିଥିଲେ । ମହିଳାଙ୍କ କହିବା ଅନୁସାରେ ତାଙ୍କ ସ୍ବାମୀ ନିଜ ସନ୍ତାନଙ୍କୁ ଭେଟିବା ପାଇଁ ଦେଉ ନାହାଁନ୍ତି । ତେବେ ଏହି ମାମଲାର ଶୁଣାଣି ବେଳେ ଜଷ୍ଟିସ ଏଭଳି କହିଥିଲେ । ଏଭଳି କରିବା ନିନ୍ଦନୀୟ ଏବଂ ଶିଶୁ ପାଇଁ ବିପଦ ବୋଲି କହିଛନ୍ତି ସେ । ଅଦାଲତା କେବଳ ଶିଶୁଙ୍କ ମଙ୍ଗଳ ପାଇଁ ସଚେତନ ଥାଆନ୍ତି ବୋଲି ଜଷ୍ଟିସ କୃଷ୍ଣନ।












Click it and Unblock the Notifications