'ଭାରତର ଅଭିବୃଦ୍ଧି ହାସଲ ଦିଗରେ ସାମୁଦିକ୍ର କ୍ଷେତ୍ରର ଏକ ଉଲ୍ଲେଖନୀୟ ଭୂମିକା ରହିଛି '

ଭାରତର ଅଭିବୃଦ୍ଧି ହାସଲ ଦିଗରେ ସାମୁଦିକ୍ର କ୍ଷେତ୍ରର ଏକ ଉଲ୍ଲେଖନୀୟ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମତବ୍ୟକ୍ତ କରିଛନ୍ତି । ଆଜି ମୁମ୍ବାଇର ନେସ୍କୋ ପ୍ରଦର୍ଶନୀ କେନ୍ଦ୍ର ଠାରେ ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ରେ ଉଦ୍‍ବୋଧନ ଦେଇ ସେ ଏହା କହିଛନ୍ତି । ଏହି ସମ୍ମିଳନୀରେ ଯୋଗଦେଇଥିବା ସାମୁଦ୍ରିକ କ୍ଷେତ୍ରର ପ୍ରମୁଖ ନେତୃବର୍ଗଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ମୋଦୀ କହିଛନ୍ତି,

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ସରକାର ସାମୁଦ୍ରିକ କ୍ଷେତ୍ରରେ ଉଲ୍ଲେଖନୀୟ ରୂପାନ୍ତରୀକରଣ କରିବା ସହିତ ବନ୍ଦର ଭିତ୍ତିଭୂମି ଏବଂ ବାଣିଜ୍ୟ କାରବାରକୁ ମଧ୍ୟ ପ୍ରୋତ୍ସାହିତ କରିଛନ୍ତି । ଦେଶର ସାମୁଦ୍ରିକ କ୍ଷେତ୍ର ଦ୍ରୁତ ଗତିରେ ସଶକ୍ତ ହେବାରେ ଲାଗିଛି ବୋଲି ସେ କହିଛନ୍ତି ।

narendra modi

ଶ୍ରୀ ମୋଦୀ କହିଛନ୍ତି, ବର୍ତ୍ତମାନ ବିକାଶଶୀଳ ବିଶ୍ୱରେ ଭାରତର ବନ୍ଦରଗୁଡ଼ିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଗଣନା କରାଯାଉଛି । କେତେକ ପ୍ରସଙ୍ଗରେ ଏପରିକି ଏହି ଭାରତୀୟ ବନ୍ଦରଗୁଡ଼ିକ ବିକଶିତ ବିଶ୍ୱଠାରୁ ମଧ୍ୟ ଉତ୍ତମ ରୂପେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି । ଦେଶର ବିଭିନ୍ନ ବନ୍ଦରଗୁଡ଼ିକ ମାଧ୍ୟମରେ ୨୦୨୪-୨୫ ବର୍ଷରେ ରେକର୍ଡ଼ ପରିମାଣର ମାଲ ପରିବହନ ହୋଇଥିବା ପ୍ରସଙ୍ଗରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ବୈଶ୍ୱିକ ଉତ୍ତେଜନା, ବାଣିଜ୍ୟ କାରବାରରେ ବ୍ୟାଘାତ ତଥା ବାଧାପ୍ରାପ୍ତ ଯୋଗାଣ ଶୃଙ୍ଖଳ ବ୍ୟବସ୍ଥା ମଧ୍ୟରେ ଭାରତ ସମାବେଶୀ ଅଭିବୃଦ୍ଧି ଏବଂ ରଣନୈତିକ ସ୍ୱାୟତ୍ତତା ଓ ଶାନ୍ତିର ପ୍ରତୀକ ଭାବେ ଉଭା ହୋଇଛି ।

ଭାରତର ଜାହାଜ ନିର୍ମାଣ କ୍ଷେତ୍ରକୁ ଅଧିକ ସଂପ୍ରସାରିତ କରିବା ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି କ୍ଷେତ୍ରରେ ଭାରତ ବର୍ତ୍ତମାନ ଏକ ନୂତନ ଶିଖର ସ୍ପର୍ଶ କରିସାରିଛି । ବୃହତ ଜାହାଜ ନିର୍ମାଣ କ୍ଷେତ୍ରରେ ଦେଶରେ ଏକ ସଶକ୍ତ ଭିତ୍ତିଭୂମି ଉପଲବ୍ଧ ହେଉଛି ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି,ସରକାର ଏହି କ୍ଷେତ୍ରରେ ଥିବା ବହୁ ପୁରାତନ ଉପନିବେଶବାଦ ଆଇନ୍‍ଗୁଡ଼ିକୁ ଉଚ୍ଛେଦ କରି ଏକବିଂଶ ଶତାବ୍ଦୀ ଲାଗି ଉଦ୍ଦିଷ୍ଟ ଆଧୁନିକ ତଥା ଭବିଷ୍ୟ ଉପଯୋଗୀ ନିୟମ କାର୍ଯ୍ୟକାରୀ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+