‘ଆମେ ଜିତିଗଲୁ.. ‘ ଆନ୍ଦୋଳନ ଶେଷ କରିବାକୁ ରାଜି ହେଲେ ମନୋଜ ଜରାଙ୍ଗେ

ମୁମ୍ୱାଇରେ ମରାଠା ଅନ୍ଦୋଳନରେ ଖୁବଶୀଘ୍ର ବିରାମ ଲାଗିପାରେ । ମରାଠା ଆନ୍ଦୋଳନର ନେତୃତ୍ୱ ନେଉଥିବା ମନୋଜ ଜରାଙ୍ଗେ ପାଟିଲ୍ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ସହ ଆଲୋଚନା ପରେ ସେ ତାଙ୍କର ବିଜୟ ଘୋଷଣା କରିବା ସହ ଅନଶନ ପ୍ରତ୍ୟାହାର କରିଛନ୍ତି । ସେ କହିଛନ୍ତି ଯେ ସରକାର ତାଙ୍କ ଦାବି ମାନିଛନ୍ତି ଓ ଆଜି ବିଜ୍ଞପ୍ତି ପ୍ରକାଶ ପାଇପାରେ ।

ସେ ମରାଠା ସଂରକ୍ଷଣ ଦାବିରେ ଗତ କିଛି ଦିନ ଧରି ଅନଶନରେ ଥିଲେ। ଆଜି ମହାରାଷ୍ଟ୍ର ସରକାରଙ୍କ ତିନି ଜଣ ମନ୍ତ୍ରୀ ମନୋଜ ଜରାଙ୍ଗେଙ୍କୁ ଭେଟିବା ପାଇଁ ମୁମ୍ବାଇର ଆଜାଦ ମୈଦାନରେ ପହଞ୍ଚିଥିଲେ। ଏହା ପରେ, ମରାଠା ସଂରକ୍ଷଣ ନେଇ ମନୋଜ ଏବଂ ସରକାରଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା। ଆଲୋଚନା ପରେ, ସେ କହିଛନ୍ତି ଯେ ମହାରାଷ୍ଟ୍ର ସରକାର ମରାଠା ସଂରକ୍ଷଣ ଆନ୍ଦୋଳନର ପ୍ରତିବାଦକାରୀଙ୍କ ବିରୁଦ୍ଧରେ ପଞ୍ଜିକୃତ ମାମଲା ପ୍ରତ୍ୟାହାର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Jarange

ଜରାଙ୍ଗେ ଅଗଷ୍ଟ ୨୯ରୁ ଦକ୍ଷିଣ ମୁମ୍ୱାଇର ଆଜାଦ ମୈଦାନରେ ଅନସନରେ ବସିଛନ୍ତି । ଓବିସି ବର୍ଗ ଅଧିନରେ ସରକାରୀ ଚାକିରି ଓ ଶିକ୍ଷାରେ ମରାଠା ସମୁଦାୟ ପାଇଁ ୧୦ ପ୍ରତଶିତ ସଂରକ୍ଷଣ ଦାବି କରୁଛନ୍ତି । ହାଇଦ୍ରାବାଦ ଗେଜେଟ୍ ଉପରେ ଜରାଙ୍ଗେ ଏଥିପାଇଁ ଜୋର ଦେଉଛନ୍ତି, କାରଣ ଏଥିରେ ମରାଠାୱାଡା କ୍ଷେତ୍ରରେ ରହୁଥିବା ମରାଠିଙ୍କୁ ସରକାରୀ ଭାବେ କୁନବୀ ସ୍ୱୀକାର କରାଯାଇଥିଲା । ମହାରାଷ୍ଟ୍ରରେ କୁନବୀ ସମୁଦାୟକୁ ଓବିସି ବର୍ଗ ଅଧିନରେ ସଂରକ୍ଷଣ ମିଳୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମହାଠାୱାଡା କ୍ଷେତ୍ରରେ ପ୍ରଥମେ ହାଇଦ୍ରାବାଦ ରାଜ୍ୟର ଅଂଶ ରହିଥିଲା ।

ଉଲ୍ଲେଖଯୋଗ୍ୟ, ସୋମବାର ବମ୍ବେ ହାଇକୋର୍ଟ ଆନ୍ଦୋଳନ ସମର୍ଥକମାନଙ୍କୁ ରାସ୍ତାଗୁଡ଼ିକୁ ଖାଲି ରଖିବାକୁ କହିଥିଲେ । ଏହା ପରେ, ଜରାଙ୍ଗେ ଚେତାବନୀ ଦେଇଥିଲେ ଯେ ଯଦି ଗିରଫ କରାଯାଏ କିମ୍ବା ମୁମ୍ବାଇରୁ ବାହାର କରିବାକୁ ଚେଷ୍ଟା କରାଯାଏ, ତେବେ ଏହା ବିପଜ୍ଜନକ ପ୍ରମାଣିତ ହୋଇପାରେ । ଯେକୌଣସି ସୀମାକୁ ଯିବା ପାଇଁ ସେ ଚେତାବନୀ ଦେଇଥିଲେ । ତେବେ ଜରାଙ୍ଗେ ସାଧାରଣ ଲୋକଙ୍କୁ ଅସୁବିଧାରେ ନପକାଇବା ପାଇଁ ସମର୍ଥକମାନଙ୍କୁ ଅପିଲ୍ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+