ବିଜେପି ନେତାଙ୍କୁ ହତ୍ୟା କଲେ ମାଓବାଦୀ

ଛତିଶଗଡର ବିଜାପୁରରେ ପୁଣି ମାତିଲେ ମାଓବାଦୀ। ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ କଲେ ହତ୍ୟା। ପୋଲିସ ଇନଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ଗଳାକାଟି ହତ୍ୟା କରିଥିବା ନେଇ ଜଣାପଡିଛି। ମୃତକଙ୍କୁ ସତ୍ୟମ ପୁନେମ ବୋଲି ଚିହ୍ନଟ କରାଯାଇଛି। ସତ୍ୟମ୍ ପୁନେମ୍ ଛତିଶଗଡ଼ର ବିଜାପୁର ଜିଲ୍ଲାର ଇଲମିଡି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ମୁଜାଲକାଙ୍କେରର ବାସିନ୍ଦା ଥିଲେ। ସେ ବିଜାପୁରରେ ମଣ୍ଡଳସ୍ତରୀୟ ବିଜେପି କର୍ମୀ ଥିଲେ। ପୂର୍ବରୁ ବି ଏକାଧିକ ଥର ଚେତାବନୀ ଦେଇଥିଲେ ନକ୍ସଲ।

ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ନକ୍ସଲ ମଞ୍ଜଲାକାଂକେର ଗ୍ରାମରେ ପହଞ୍ଚି ସତ୍ୟମଙ୍କ ଘରେ ଚଢଉ କରିଥିଲେ। ସେ ଶୋଇଥିବା ବେଳେ ତାକୁ ଘରୁ ଟାଣି ଆଣି ପୁଲିସ ଇନଫର୍ମର ଦର୍ଶାଇ ପ୍ରଥମେ ନିର୍ଦ୍ଧୁମ ପିଟିଥିଲେ। ପରିବାର ଲୋକଙ୍କ ସାମ୍ନାରେ ହିଁ ତାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପରିବାର ଲୋକେ ଯେତେ ନେହୁରା ହୋଇଥିଲେ ମଧ୍ୟ ନକ୍ସଲ ସତ୍ୟମଙ୍କୁ ଛାଡିନଥିଲେ। ଖବର ପାଇ ପୁଲିସ ଆଜି ସକାଳେ ଗାଁରେ ପହଞ୍ଚି ସତ୍ୟମଙ୍କ ଶବ ଜବତ କରିବା ସହ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।

murder

ଗତ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସତ୍ୟମ ବିଜେପିର ଜଣେ ଆଗଧାଡିର କର୍ମୀ ଥିଲେ। ତାଂକର ମୃତ୍ୟରେ ପୂର୍ବନତ ମନ୍ତ୍ରୀ ମହେଶ ଗାଗଡା ଦୁଃଖ ପ୍ରକାଶ କରିବା ସହ ବିଜେପି ପାଇଁ ଅପୂରଣୀୟ କ୍ଷତି ବୋଲି କହିଥିଲେ। ନକ୍ସଲ ଶବ ନିକଟରେ ଏକ ପୋଷ୍ଟର ମଧ୍ୟ ଛାଡି କି ଯାଇଛନ୍ତି। ସେଥିରେ ସତ୍ୟମ ପୁଲିସ ପାଇଁ କାମ କରୁଥିବା ଉଲ୍ଲେଖ କରିଛନ୍ତି। ମଦେଡ ଏରିଆ କମିଟି ଏହି ହତ୍ୟା କରିଥିବା ସ୍ବୀକାର କରିଛି। ବାରମ୍ବାର ୩ ଥର ଏନେଇ ସତ୍ୟମକୁ ସୂଚାଇ ଦିଆଯାଇଥିଲେ ମଧ୍ୟ ସେ ଏଥିରୁ ନିବୃତ ରହିନଥିଲା। ତେଣୁ ସତ୍ୟମକୁ ହତ୍ୟା କରାଗଲା ବୋଲି ନକ୍ସଲ ସଂଗଠନ କହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+