ଯବାନଙ୍କ କ୍ୟାମ୍ପ ଉପରକୁ ଆଖିବୁଜା ରକେଟ୍ ମାଡ଼ କଲେ ମାଓବାଦୀ

ଛତିଶଗଡ ବିଜାପୁରରେ ଯବାନଙ୍କ କ୍ୟାମ୍ପ ଉପରେ ହୋଇଛି ଆଖିବୁଜା ରକେଟ୍ ମାଡ଼ । ୨୦ ରାଉଣ୍ଡ ୟୁବିଜିଏଲ୍ ମାଡ଼ କରିଛନ୍ତି ମାଓବାଦୀ । ଯବାନଙ୍କ ପାଲଟା ଗୁଳି ଚାଳନା ଯୋଗୁ ଖସି ପଳାଇଲେ ମାଓବାଦୀ। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଜଣାଯାଇଚି।

Maoists

ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା। ମାଓନେତା ହିଡମାଙ୍କ ଗାଁ ହେଉଛି ପୂର୍ବତି। ଉକ୍ତ ଗାଁରେ ପ୍ରାୟ ମାସେ ହେବ ସିଆରପିଏଫ୍ ପକ୍ଷରୁ କ୍ୟାମ୍ପ ସ୍ଥାପନ କରାଯାଇଛି। ଏହା ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ପ୍ରାୟ ଶହେରୁ ଊର୍ଦ୍ଧ୍ୱ ଯବାନ ଏଠାରେ ମୁତୟନ ହୋଇଥିଲେ।

ସେମାନେ ଆଖପାଖ ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖୁଥିବା ବେଳେ ସର୍ଚ୍ଚ ଅପରେସନ ଚଳାଉଥିଲେ। ମାତ୍ର ମାସକ ମଦ୍ୟରେ ଏହା ସେମାନଙ୍କ କ୍ୟାମ୍ପ ଉପରେ ପ୍ରଥମ ରକେଟ ମାଡ଼ ।

ସ୍ଥାନୀୟ ବାସିନ୍ଦାଙ୍କ ସୂଚନା ଅନୁଯାୟୀ, ଗତ ରାତିରେ ବହୁ ସଂଖ୍ୟାରେ ମାଓବାଦୀ ଆସି କ୍ୟାମ୍ପ ଉପରକୁ ରକେଟ ମାଡ଼ କରିଥିଲେ। ଫଳରେ ଆଖପାଖ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଏହାପରେ ମାଓବାଦୀମାନେ ତୁରନ୍ତ ଉକ୍ତ ସ୍ଥାନ ଛାଡ଼ି ଚାଲି ଯାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+