ବିସ୍ଫୋରଣରେ ରେଳ ଧାରଣା ଉଡ଼ାଇଲେ ନକ୍ସଲ; ଆଜି ଦେଇଛନ୍ତି ଭାରତ ବନ୍ଦ ଡାକରା
ରାଉରକେଲା: ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ମନୋହରପୁର ନିକଟ ବିରୁୱାରେ ରେଳ ଧାରଣା ଉଡ଼ାଇଲେ ନକ୍ସଲ । ବିଳମ୍ବିତ ରାତିରେ ବିସ୍ଫୋରଣରେ ରେଳ ଧାରଣା ଉଡ଼ାଇଛନ୍ତି ନକ୍ସଲ ।
ଯାହା ଫଳରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ୨୦ରୁ ଅଧିକ ଟ୍ରେନ୍ ଅଟକିଥିବା ସୂଚନା ରହିଛି । ମନୋହରପୁର, ଚକ୍ରଧରପୁର ଓ ରାଉରକେଲା ଷ୍ଟେସନରେ ଟ୍ରେନ୍ ଅଟକିଛି । ଆଜି ନକ୍ସଲଙ୍କ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି

ହାୱଡ଼ା ପୁରୀ ଏକ୍ସପ୍ରେସ ଚକ୍ରଧରପୁରରେ ଛିଡ଼ା ହୋଇ ରହିଛି । ଯୋଗ ନଗରୀ ଋଷିକେଷ ଟ୍ରେନ ଓ ଉତ୍କଳ ଏକ୍ସପ୍ରେସ, ମନୋହର ପୁରରେ ଅଟକି ରହିଛି । ସେହିପରି ପୋର ବନ୍ଦର - ସାଲିମାର ଏକ୍ସପ୍ରେସ ମଧ୍ୟ ଅଟକି ରହିଛି ।
ପୁଣେ - ହାୱଡ଼ା ଟ୍ରେନ ମଧ୍ୟ ରାଉରକେଲାରେ ଅଟକି ରହିଛି । ହାୱଡ଼ା - ସିଏସଟି ଏକ୍ସପ୍ରେସ, ଚକ୍ରଧର ପୁରରେ ଅଟକି ରହିଛି । ସେହିପରି ବେରୁଆ ଷ୍ଟେସନ ସହ ଅନ୍ୟ ଷ୍ଟେସନରେ ମଧ୍ୟ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।ଘଟଣାସ୍ଥଳରେ CRPF, RPF ର ଟିମ ସହ ରେଳ ବିଭାଗର ଟିମ ମଧ୍ୟ ପହଞ୍ଚି ସାରିଛନ୍ତି । ସୂଚନା ଅନୁସାର ଟ୍ରାକର ମରାମତି କାମ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ । ଗତକାଲି ଛତିଶଗଡ଼ ବିଜାପୁରରେ ୨ଟି ବସ୍ ଜାଳିଦେଇଥିଲେ ମାଓବାଦୀ ।












Click it and Unblock the Notifications