କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ମାଓବାଦୀ ଛାନିଆ, ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କଲେ ଅପିଲ

ହଠାତ୍ ବଦଳିଗଲା ମାଓବାଦୀଙ୍କ ସ୍ୱର । ଯେଉଁମାନେ ସରକାରଙ୍କ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲେ, ସେମାନେ ଏବେ ଶାନ୍ତି ଆଲୋଚନା ପାଇଁ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାରଙ୍କ ସହ ଶାନ୍ତି ଆଲୋଚନା ପାଇଁ ଚିଠି ଲେଖିଛି ମାଓବାଦୀ ସଙ୍ଗଠନ । ସେଣ୍ଟ୍ରାଲ କମିଟି ଅଫ ଦ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ସିପିଆଇ) ମାଓବାଦୀ ନାମରେ ଏ ଚିଠି ରିଲିଜ କରାଯାଇଛି ।

Maoist threat before Union Home Minister s visit appeal halts military action

ମାଓବାଦୀଙ୍କ ମୁଖପାତ୍ର ଅଭୟ ଏହି ଚିଠି ରିଲିଜ କରିଛନ୍ତି । ନକ୍ସଲ ପ୍ରବଣ ଇଲାକା ଛତିଶଗଡ଼, ଓଡ଼ିଶା, ମଧ୍ୟପ୍ରଦେଶ, ତେଲଙ୍ଗାନା, ଝାରଖଣ୍ଡ ଏବଂ ମହାରାଷ୍ଟ୍ରରେ ଯବନଙ୍କ ଦ୍ୱାରା ଚାଲିଥିବା ଫାୟାରିଂ ଅପରେଶନକୁ ରୋକିବା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି ।ସେମାନେ ଗୁଣିଗୋଳା ନ ଫୁଟାଇ ସକାରାତ୍ମକ ବାତାବରଣ ତିଆରି କରିବା ପାଇଁ ଶାନ୍ତି ଆଲୋଚନା ଚାହୁଁଥିବା କହିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଶାନ୍ତି ଆଲୋଚନା ପାଇଁ ପ୍ରସ୍ତୁତ ଥିବା ଚିଠି ଜରିଆରେ ମାଓବାଦୀ ପାଇଁ ଜଣାଇଛନ୍ତି ।

ଛତିଶଗଡ଼, ଓଡ଼ିଶା ପ୍ରାନ୍ତ ସମେତ ଅନ୍ୟ ମାଓପ୍ରବଣ ଇଲାକାରୁ ଶତାଧିକ ମାଓବାଦୀ ନିହତ ହୋଇସାରିଥିବାବେଳେ ଅନେକ ଆତ୍ମସମର୍ପଣ କରିସାରିଛନ୍ତି । ଯାହାଫଳରେ ମାଓ ସଂଗଠନ ଏବେ ଦୁର୍ବଳ ହେବାରେ ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+