ଶାହାଙ୍କ ଚେତାବନୀ ପରେ ଭାଙ୍ଗୁଛି ମାଓବାଦୀଙ୍କ ଗଡ, ଆତ୍ମସମର୍ପଣ କଲେ ୩୧ ହାର୍ଡକୋର ମାଓବାଦୀ

ମାଓବାଦୀ ବୁଝିଲେଣି ବନ୍ଧୁକ ଧରି ରକ୍ତପାତ କଲେ ସମାଜର ବିକାଶ ହେବନି । ସେଥିପାଇଁ ସଂଗଠନ ଛାଡ଼ି ଏବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେଉଛନ୍ତି ମାଓବାଦୀ । ଗୋଟିଏ ଦିନରେ ଛତିଶଗଡ଼ର ୨ଟି ଜିଲ୍ଲାରେ ୩୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

Maoist

ଛତିଶଗଡ଼ ନାରାୟଣପୁର ଜିଲ୍ଲା ମାଡ ଡିଭିଜନରେ ସକ୍ରିୟ ୫ ଲକ୍ଷ ପୁରସ୍କାର ରାଶି ଥିବା ୫ ଜଣ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ମହିଳା ମାଓବାଦୀଙ୍କୁ ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାଯୀ ୧୫ ହଜାର ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି ।

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ଲଷ୍ମୀ ବନଜାମି, ସନ୍ନି ଓରଫ ଜମଲି ପଡ଼ିଆମୀ ଓ ଅନିମା ଓସେଡି ଛତିଶଗଡ଼ ନେଲନାର ଏରିଆ କମିଟି ସଦସ୍ୟ ସୁକାୟ ପଡ଼ିଆମୀ, କୁତୁଳ କମିଟି ସଦସ୍ୟ ଓ କୁମ୍ମେ ପଡ଼ିଆମୀ ପରଲକୋଟ କମିଟିର ସଦସ୍ୟ ଥିବା ଜଣାପଡ଼ିଛି ।

ସେହିଭଳି ଦନ୍ତେୱାଡ଼ା ଜିଲ୍ଲାରେ ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୨୬ ମାଓବାଦୀଙ୍କ ଉପରେ ସରକାରଙ୍କ ପକ୍ଷରୁ ୪ ଲକ୍ଷ ୫୦ ହଜାର ଟଙ୍କା ପୁରସ୍କାର ରାଶି ରଖା ଯାଇଥିଲା । ଛତିଶଗଡ଼ ସରକାରଙ୍କ ଆତ୍ମସମର୍ପଣ ନୀତି ଅନୁଯାୟୀ ୫୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ସମସ୍ତଙ୍କୁ ପ୍ରଦାନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+