ବିମାନ ଦୁର୍ଘଟଣାରେ ଯାଇ ସାରିଛି ଅନେକ ନେତାଙ୍କ ଜୀବନ , ଦେଖନ୍ତୁ ତାଲିକା

ଅହମ୍ମଦାବାଦରେ ହୋଇଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ କେହି ବଞ୍ଚି ପାରି ନାହାନ୍ତି। ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ରୁପାଣୀ ନିଜ ପତ୍ନୀ ଓ ଝିଅଙ୍କୁ ଭେଟିବାକୁ ଲଣ୍ଡନ ଯାଉ ଥିଲେ। ସେ ମଧ୍ୟ ଏୟାର ଇଣ୍ଡିଆର ସେହି ଫ୍ଲାଇଟ୍‌ ଏଆଇ ୧୭୧ରେ ବସିଥିଲେ, ଯାହା ଗୁରୁବାର ଦୁର୍ଘଟଣାର ଶିକାର ହୋଇଥିଲା। ଭାରତରେ ଅତୀତରେ ଅନେକ ଏମିତି ବିମାନ ଦୁର୍ଘଟଣା ହୋଇଛି, ଯେଉଁଥିରେ ଜଣାଶୁଣା ନେତାଙ୍କର ଜୀବନ ଚାଲି ଯାଇଛି। ଏଥିରେ କଂଗ୍ରେସର ପ୍ରସିଦ୍ଧ ନେତା ରହିଥିବା ମାଧବରାଓ ସିନ୍ଧିଆ , ୱାଇଏସଆର, ସଞ୍ଜୟ ଗାନ୍ଧୀଙ୍କ ସମେତ ଅନ୍ୟ ନାମ ସାମିଲ ଅଛି।

plane crashes

ସଞ୍ଜୟ ଗାନ୍ଧୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପୁଅ ସଞ୍ଜୟ ଗାନ୍ଧୀଙ୍କର ମଧ୍ୟ ୧୯୮୦ ମସିହାରେ ଏକ ବିମାନ ଦୁର୍ଘଟଣାରେ ଜୀବନ ଚାଲି ଯାଇ ଥିଲା। ୨୩ ଜୁନ, ୧୯୮୦ ରେ ସକାଳୁ ସକାଳୁ ସଞ୍ଜୟ ଗାନ୍ଧୀ ଟେକଅଫ୍‌ କରୁଥିବା ସମୟରେ ବିମାନ ନିଜ ଉପରେ ନିୟନ୍ତ୍ରଣ ହରାଇ ଦେଇଥିଲା ଏବଂ ପରେ ଏହି ବିମାନ ନୂଆ ଦିଲ୍ଲୀର ଡିପ୍ଲୋମେଟିକ୍‌ ଏନକ୍ଲେଭ୍‌ରେ ଦୁର୍ଘଟଣାର ଶିକାର ହୋଇଥିଲା, ଏଥିରେ କ୍ୟାପଟେନ ସୁଭାଷ ସକ୍ସେନାଙ୍କ ମଧ୍ୟ ମୃତ୍ୟୁ ହୋଇଛି।

ମାଧବରାଓ ସିନ୍ଧିଆ - କଂଗ୍ରେସର ଆଉ ଜଣେ ପ୍ରସିଦ୍ଧ ନେତା ତଥା ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମାଧବରାଓ ସିନ୍ଧିଆଙ୍କର ୩୦ ସେପ୍ଟେମ୍ୱର ୨୦୦୧ ରେ କାନପୁରରେ ରାଲି ବେଳେ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଏହି ବିମାନ ୧୦ ସିଟ୍‌ ଯୁକ୍ତ ଏକ ପ୍ରାଇଭେଟ୍‌ ପ୍ଲେନ୍‌ ଥିଲା, ଯାହାକି ୟୁପିର ମୈନପୁରୀରେ ଖରାପ ପାଗର ଶିକାର ହୋଇଗଲା।

ଜିଏସସି ବାଲଯୋଗୀ - ଲୋକସଭା ଅଧ୍ୟକ୍ଷ ତଥା ତେଲୁଗୁ ଦେଶମ ପାର୍ଟିର ନେତା ଜିଏମସି ବାଲଯୋଗୀଙ୍କର ୩ ମାର୍ଚ୍ଚ, ୨୦୦୨ରେ ଏକ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପଶ୍ଚିମୀ ଗୋଦାବରୀ ଜିଲ୍ଲାର ଭୀମାବରମରୁ ନେଇ ଆସୁଥିବା ଏକ ଘରୋଇ ହେଲିକପ୍ଟର ଆନ୍ଧ୍ର ପ୍ରଦେଶର କୃଷ୍ଣା ଜିଲ୍ଲାର କୈକାଲୁର ନିକଟ ଏକ ପୋଖରାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉକ୍ତ ଦୁର୍ଘଟଣାରେ ବାଲଯୋଗୀଙ୍କର ମଧ୍ୟ ଜୀବନ ଚାଲି ଯାଇଥିଲା।

ସାଇପ୍ରିୟନ ସଙ୍ଗମା- ମେଘାଳୟର ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀ ସାଇପ୍ରିୟନ ସଙ୍ଗମା ଆଉ ନଅ ଜଣ ଲୋକଙ୍କ ସହ ପବନ ହଂସ ହେଲିକପ୍ଟରରେ ଗୌହାଟୀରୁ ଶିଲଂ ଯାଉଥିଲେ। ୨୨ ସେପ୍ଟେମ୍ୱର ,୨୦୦୪ରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ସଙ୍ଗମାଙ୍କର ଜୀବନ ଚାଲି ଯାଇଥିଲା । ତାଙ୍କର ହେଲିକପ୍ଟର ରାଜ୍ୟର ରାଜଧାନୀରୁ କେବଳ ୨୦ କିଲୋମିଟର ଦୂର ବାରାପାଣି ହ୍ରଦ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା।

ଓମ୍‌ ପ୍ରକାଶ ଜିନ୍ଦଲ - ହରିଆଣାର ପ୍ରସିଦ୍ଧ ନେତା ତଥା ମନ୍ତ୍ରୀ ଥିବା ଓମ୍ ପ୍ରକାଶ ଜିନ୍ଦଲଙ୍କ ୨୦୦୫ ମସିହାରେ ଏକ ହେଲିକପ୍ଟର କ୍ରାଶରେ ମୃତ୍ୟୁ ହୋଇଥିଲା। ତାଙ୍କ ସହ ମନ୍ତ୍ରୀ ସୁରେନ୍ଦର ସିଂହ ମଧ୍ୟ ଥିଲେ ଏବଂ ଦିଲ୍ଲୀରୁ ଚଣ୍ଡିଗଡ଼ ଯାଉଥିଲେ। ଏହି ସମୟରେ , ହେଲିକପ୍ଟର ୟୁପିର ସହାରନପୁରରେ କ୍ରାସ୍‌ ହୋଇ ଯାଇଛି , ଯେଉଁଥିରେ ଦୁହିଁଙ୍କର ଜୀବନ ଚାଲିଗଲା।

ଦୋରଜି ଖାଣ୍ଡୁ - ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଦୋରଜି ଖାଣ୍ଡୁ ଓ ଆଉ ଚାରି ଜଣଙ୍କର ମୃତ୍ୟୁ ୩୦ ଅପ୍ରେଲ , ୨୦୧୧ ରେ ହୋଇଥିଲା, ଯେବେ ତାଙ୍କୁ ତୱାଙ୍ଗରୁ ଇଟାନଗର ନେଇ ଯାଉଥିବା ଏକ ହେଲିକପ୍ଟର ରାଜ୍ୟର ପଶ୍ଚିମୀ କାମେଙ୍ଗ ଜିଲ୍ଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ୱାଇଏସଆର- ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ୱାଇଏସ ରାଜଶେଖର ରେଡ୍ଡୀଙ୍କ ୨୦୦୯ ମସିହାରେ ଏକ ହେଲିକପ୍ଟର ଦୁର୍ଘଟଣାରେ ଜୀବନ ଚାଲି ଯାଇଥିଲା। ଦୁଇ ସେପ୍ଟେମ୍ୱର, ୨୦୦୯ରେ ଘଟିଥିବା ଏହି ଦୁର୍ଘଟଣାରେ ୱାଇଏସଆର ନିଜର ବେଲ୍‌ ୪୩୦ ହେଲିକପ୍ଟରରୁ ଉଡ଼ାଣ ଭରୁଥିଲେ। ଏହି ସମୟରେ ନଲ୍ଲାମଲାର ଜଙ୍ଗଲରେ କ୍ରାସ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+