Air India Express: ଏୟାର ଇଣ୍ଡିଆର ୯୦ରୁ ଅଧିକ ବିମାନ ହେଲା ବାତିଲ, ସରକାର ମାଗିଲେ ରିପୋର୍ଟ

Air India: ବଢିଲା ଏୟାର ଇଣ୍ଡିଆର ଚିନ୍ତା । ମଙ୍ଗଳବାର ରାତିରୁ ପ୍ରାୟ 90ଟି ବିମାନ ବାତିଲ ହୋଇସାରିଲାଣି । ବାସ୍ତବରେ ଟାଟା ଗ୍ରୁପ୍‌ର ଏହି ଏୟାରଲାଇନ୍ସର ଅନେକ କ୍ୟାବିନ କ୍ରୁ ସଦସ୍ୟ ଏକା ସହିତ ସିକ୍ ଲିଭ ଅର୍ଥାତ୍ ସୁସ୍ଥତା କାରଣ ଦର୍ଶାଇ ଛୁଟି ନେଇଛନ୍ତି । କିଛି ଦିନ ପୂର୍ବେ ଏହି କର୍ମଚାରୀମାନେ ବିମାନ ମ୍ୟାନେଜମେଣ୍ଟ ବିରୋଧରେ ଭେଦଭାବ ଏବଂ ଅସଦାଚରଣ ଅଭିଯୋଗ ଆଣିଥିଲେ ।

ଏହି ସମସ୍ୟାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ( Civil Aviation Ministry) ଗୁରୁତର ସହ ନେଇଛି । ବର୍ତ୍ତମାନ ଏହି ମାମଲାର ସମ୍ପୁର୍ଣ୍ଣ ରିପୋର୍ଟ ଦେବା ପାଇଁ ମନ୍ତ୍ରଣାଳୟ ଏୟାର ଇଣ୍ଡିଆର ନୋଟିସ୍ ଦେଇଛି ।

Air India Express

ସେହିପରି ଏୟାରଇଣ୍ତିଆ ମ୍ୟାନେଜମେଣ୍ଟ ଏହା ମଧ୍ୟ କହିଛି ଯେ, କ୍ୟାବିନ କ୍ରୁ କର୍ମଚାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଉଛି ଏବଂ ତାଙ୍କ ସମସ୍ୟାର ସମାଧାନ ମଧ୍ୟ କରିବା ପାଇଁ ଉଦ୍ୟମ ଜାରି ରହିଛି ।


ଏହା ବ୍ୟତୀତ ଯାତ୍ରୀମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ମଧ୍ୟ ଚେଷ୍ଟା ଜାରି ରହିଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି ଯେ, ଏହି ସମସ୍ୟାରେ ଅସୁବିଧା ଭୋଗିଥିବା ସମସ୍ତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ରାଶି ଫେରସ୍ତ କରାଯିବ। ଏହା ବ୍ୟତୀତ ଅନ୍ୟ ଦିନରେ ସେମାନଙ୍କୁ ବିମାନ ମଧ୍ୟ ପ୍ରଦାନ କରାଯିବ। ଘରୁ ବାହାରିବା ପୂର୍ବରୁ ବିମାନ ସ୍ଥିତି ଯାଞ୍ଚ କରିବାକୁ ମଧ୍ୟ ସମସ୍ତ ଯାତ୍ରୀଙ୍କୁ ନିବେଦନ କରାଯାଇଛି ।

ସେହିପରି କଂଗ୍ରେସ ଏବଂ ସିପିଆଇ କେରଳ ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ତୁରନ୍ତ ସହାୟତା ଲୋଡିଛି । ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଉଡ଼ାଣ ବାତିଲ ପ୍ରସଙ୍ଗକୁ ତୁରନ୍ତ ସମାଧାନ କରିବା ପାଇଁ ପଦକ୍ଷେପ ନେବା ପାଇଁ କୁହାଯାଇଛି । ହଠାତ୍ ଏପରି ଅନେକ ବିମାନ ଏକ ସହିତ ବାତିଲ ହେବା ଫଳରେ ଶହ ଶହ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+