କେଜ୍ରିୱାଲଙ୍କ ଉପରେ ବଡ଼ ବୟାନ ଦେଲେ ଅମିତ୍ ଶାହା, କହିଲେ...
ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଜାମିନ୍ ଉପରେ ପ୍ରଶ୍ନ ଉଠାଇଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ଖବର ସରବରାହ ସଂସ୍ଥା ଏଏନଆଇକୁ ଦେଇଥିବା ସାକ୍ଷାତକାରରେ କେଜ୍ରିୱାଲଙ୍କୁ ବିଶେଷ ଅନୁକମ୍ପା ଅନୁଯାୟୀ ଜାମିନ ପ୍ରଦାନ କରାଯାଇଥିବା ଶାହା ଅଭିଯୋଗ କରିଛନ୍ତି । ଶାହା ଆହୁରି କହିଛନ୍ତି ଯେ ଜାମିନକୁ ନେଇ ସର୍ବୋଚ୍ଚ ଅଦାଲତର ନିଷ୍ପତ୍ତି ଏକ ସାମାନ୍ୟ ଏବଂ ନିୟମିତ ଆଦେଶ ନୁହେଁ । କୋର୍ଟରୁ କେଜ୍ରିୱାଲଙ୍କୁ 'ସ୍ପେଶାଲ ଟ୍ରିଟ୍ମେଣ୍ଟ' ମିଳିଛି, ଏହା ଦେଶର ଅନେକ ଲୋକ ଭାବୁଛନ୍ତି ।
କେଜରିୱାଲ ଜାମିନରେ ମୁକୁଳିବା ପରେ 'ଇଣ୍ଡିଆ' ମେଣ୍ଟ ମଜଭୂତ ହେବା ପ୍ରଶ୍ନରେ ଶାହା କହିଛନ୍ତି, ଏବେ ସେ ଏକ ନୂଆ ମାମଲା(ସ୍ୱାତୀ ମାଲିବାଲ)ରେ ଫସିଛନ୍ତି । ତାଙ୍କୁ ଟିକିଏ ବିରତି ନେବାକୁ ଦିଅ । ଯଦି କେହି ପୋଲିସରେ ଅଭିଯୋଗ କରେ ତେବେ ତଦନ୍ତ ହେବ । ଏବେ ସେ ଗୋଟିଏ ମାମଲାରୁ ନିଜକୁ ରକ୍ଷା କରନ୍ତୁ ବୋଲି ସେ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ୨ଟି ଆସନରୁ ଲଢିବା ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । ଏଥି ସହିତ ଲୋକସଭା ନିର୍ବାଚନରେ ଦକ୍ଷିଣ ଭାରତରେ ରେକର୍ଡ ସ୍ତରର ପ୍ରଦର୍ଶନ କରିବା ସହ ଏନଡିଏ ମେଂଟ୍ ସହଜରେ ୪୦୦ସିଟ୍ ପାର କରିବ ବୋଲି ଶାହ ଦୃଢୋକ୍ତି ଦେଖାଇଛନ୍ତି ।












Click it and Unblock the Notifications