ମୌସୁମୀ ଅଧିବେଶନ: ଜାଣନ୍ତୁ କ'ଣ ପାଇଁ ସାରା ରାତି ସଂସଦ ସମ୍ମୁଖରେ ଧାରଣା ଦେଲେ ବିରୋଧୀ
Parliament Monsoon Session Latest News in Odia: ଗତ କିଛି ଦିନ ହେଲା ମଣିପୁର ପ୍ରସଙ୍ଗକୁ ନେଇ ସଂସଦରେ ଲଗାତାର ଉତ୍ତେଜନା ଲାଗିରହିଛି । ବିରୋଧି ସରକାରଙ୍କୁ ବାରମ୍ବାର ଟାର୍ଗେଟ୍ କରୁଛନ୍ତି । ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମଣିପୁର ତାତି ଯୋଗୁ ଗୃହରେ ଅଚଳାବସ୍ଥା ଲାଗି ରହିଛି । ମଣିପୁର ହିଂସାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତି ଦାବି କରି ବିରୋଧୀ ସାଂସଦମାନେ ଗତ ରାତିରେ ପାର୍ଲାମେଣ୍ଟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଏହାପୂର୍ବରୁ ସୋମବାର ଦିନ କଂଗ୍ରେସ କହିଥିଲା ଯେ, ମଣିପୁର ପ୍ରସଙ୍ଗରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ହେଉ ନାହାଁନ୍ତି । ସେଥିପାଇଁ କ୍ରମାଗତ ତୃତୀୟ ଦିନ ମଧ୍ୟ ଗୃହକାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ମଣିପୁର ହିଂସାକୁ ନେଇ ସମସ୍ତ ବିରୋଧିମାନେ ପ୍ରଧାନମନ୍ତ୍ରୀଙ୍କ ବିବୃତି ସହ ଆଲୋଚନା କରିବା ପାଇଁ ଦାବି କରୁଛନ୍ତି । ଯଦି ଆଲୋଚନା ନ ହୁଏ ତେବେ ଧାରଣା ଚାଲୁ ରହିବ ବୋଲି ବିରୋଧି କହିଛନ୍ତି ।
ଗତକାଲି ସାରା ରାତି ହାତରେ 'India For Manipur', ପ୍ଲାକାର୍ଡ ଧରି କଂଗ୍ରେସ, ଆପ୍, ଟିଏମସିର ସାଂସଦମାନେ ସଂସଦ ପରିସରରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ତଳେ ବସି ଆନ୍ଦୋଳନ କରିଥିଲେ ।
ସୂଚନାଥାଉ ଯେ, ସଂସଦ ଅଧିବେଶନ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିଲା । ହେଲେ ମଣିପୁର ହିଂସା ଯୋଗୁଁ ଗୃହର କାର୍ଯ୍ୟ ସ୍ୱଭାବିକ ଭାବେ ଚାଲିପାରୁ ନାହିଁ । ଅନ୍ୟପଟେ ଗୃହମନ୍ତ୍ରୀ ଅମିକ ଶାହ କହିଛନ୍ତି, ଏହି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ବିରୋଧୀଙ୍କୁ ଅନୁରୋଧ କରୁଛି। ଏହି ସମ୍ବେଦନଶୀଳ ପ୍ରସଙ୍ଗ ସତ୍ୟତା ସାରା ଦେଶ ଜାଣିବା ଉଚିତ୍ ।
ରିପୋର୍ଟ ଅନୁସାରେ, ମଣିପୁରରେ ମୈତୈ ଏବଂ ସଂଖ୍ୟାଲଘୁ କୁକି ଆଦିବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଦିନକୁ ଦିନ ଭୟଙ୍କର ସଙ୍ଘର୍ଷର ରୁପ ନେଉଛି । ଆଜି ପର୍ଯ୍ୟନ୍ତ ପ୍ରାୟ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଲାଣି । ସେହିପରି ୫୦ରୁ ଅଧିକ ଲୋକଙ୍କୁ ନିଜ ଘର ଛାଡି ଚାଲିଯିବା ପାଇଁ ପଡିଛି । ନିକଟରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ରାସ୍ତାରେ ଚଲାଇବା ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା ।












Click it and Unblock the Notifications