ପୁଣି ଚର୍ଚ୍ଚାରେ ନୀଳ ଡ଼୍ରମ, ଡ୍ରମ ଭିତରୁ ବାହାରିଲା ମୃତ ଦେହ!

ମେରଟର ବହୁଚର୍ଚ୍ଚିତ ସୌରଭ ରାଜପୁତ ହତ୍ୟାକାଣ୍ଡ ଘଟଣା ଲୋକଙ୍କ ମନରୁ ଏପର୍ଯ୍ୟନ୍ତ ଲିଭିନାହିଁ। ସୌରଭଙ୍କ ପତ୍ନୀ ମୁସ୍କାନ ନିଜ ପ୍ରେମିକ ସାହିଲ ଶୁକ୍ଳା ସହ ମିଶି ସୌରଭଙ୍କୁ ହତ୍ୟା କରି ଏକ ନୀଳ ଡ୍ରମରେ ରଖି ପୋତିଦେଇଥିଲା, ତାହା ସମସ୍ତଙ୍କୁ ଚକିତ କରିଥିଲା। ଆଉ ଏବେ ପୁଣି ଏକ ସମାନ ଘଟଣା ଘଟିଛି ପଞ୍ଜାବ ଲୁଧିଆନାର ଶେରପୁର ଅଞ୍ଚଳରେ। ଏଠାରେ ମଧ୍ୟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଏକ ନୀଳ ଡ୍ରମ୍‌ରୁ ଉଦ୍ଧାର ହୋଇଛି।

କୁହାଯାଉଛି ଯେ, ଲୁଧିଆନାର ଶେରପୁର ଅଞ୍ଚଳରେ ନୀଳ ଡ୍ରମ୍ ଭିତରୁ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ବୁଧବାର ସକାଳେ ଏକ ପଡ଼ିଆରେ ପଡ଼ିଥିବା ପରିତ୍ୟକ୍ତ ଡ୍ରମ୍‌ରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରମ ଖୋଲିବା ପରେ ଭିତରେ ଜଣେ ବ୍ୟକ୍ତିଙ୍କ ହାତ ଗୋଡ଼ ବନ୍ଧା ମୃତଦେହ ମିଳିଥିଲା।

blue drum

ହତ୍ୟା ପରେ ଜରି ଅଖାରେ ଭର୍ତ୍ତି କରାଯାଇ ଡ୍ରମରେ ଭିତରେ ମୃତଦେହକୁ ରଖାଯାଇଥିବା କହିଛି ପୁଲିସ। ମୃତଦେହ ଦେଖି ହତ୍ୟା ୨ଦିନ ପୂର୍ବରୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ତେବେ ଯୁବକଙ୍କୁ କିଏ-କାହିଁକି ହତ୍ୟା କଲା, ସେ କେଉଁ ସ୍ଥାନର ବାସିନ୍ଦା ଏବଂ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+