କାର୍ଯ୍ୟକାଳ ସରିବା ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ୟୁପିଏସ୍‌ସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନିଙ୍କ ଇସ୍ତଫା

ବ୍ୟକ୍ତିଗତ କାରଣ ଦର୍ଶାଇ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ସରିବା ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି।

Manoj Soni

କିନ୍ତୁ କାର୍ଯ୍ୟକାଳ ସରିବାର ୫ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ଗତ ୨୦୧୭ରେ ସେ ଲୋକସେବା ଆୟୋଗର ସଦସ୍ୟ ରୂପେ ସାମିଲ ହୋଇଥିଲେ । ଏହା ପରେ ଗତ ମେ ୧୬, ୨୦୨୩ରେ ସେ ଅଧ୍ୟକ୍ଷ ଭାବେ ଶପଥ ନେଇଥିଲେ । ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ବିବାଦ ବେଳେ ମନୋଜ ସୋନୀଙ୍କ ଇସ୍ତଫା ୟୁପିଏସସିକୁ ଆହୁରି ବିବାଦୀୟ କରିଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି ମନୋଜ ସୋନୀ । କିନ୍ତୁ ସରକାର ବର୍ତ୍ତମାନ ସୁଦ୍ଧା ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରି ନାହାନ୍ତି ।

ବିଶେଷ ସୁତ୍ର ଅନୁସାରେ ମନୋଜ ସୋନୀ ଏବେ ନିଜ ସମୟ ଗୁଜୁରାଟ ସ୍ବାମୀନାରାୟଣ ସମ୍ପ୍ରଦାୟର ଏକ ବ୍ରାଞ୍ଚ ଅନୁପମ ମିଶନଙ୍କୁ ଦେବାକୁ ଚାହାନ୍କତି । ଗତ ୨୦୨୦ରେ ଦୀକ୍ଷା ଗ୍ରହଣ କରିବା ପରେ ସେ ଅନୁପମ ମିଶନର ସାଧୁ ସାଜିଛନ୍ତି । ମନୋଜ ସୋନୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟତର ଭାବେ ଜଣାଯାଏ । ଗତ ୨୦୦୫ରେ ନରେନ୍ଦ୍ର ମୋଦି ତାଙ୍କୁ ବରୋଦରାର ପ୍ରସିଦ୍ଧ ଏମଏସ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦେଇଥିଲେ । ସେହି ସମୟରେ ସେ ଦେଶର ସବୁଠାରୁ କମ ବୟସ୍କ କୁଳପତି ଭାବେ ନିଯୁକ୍ତି ପାଇଥିଲେ ।

ଜୁନ ୨୦୧୭ରେ ୟୁପିଏସସିରେ ନିଯୁକ୍ତି ପୂର୍ବରୁ ମନୋଜ ନିଜ ଗୃହ ରାଜ୍ୟ ଗୁଜୁରାଟରେ ଦୁଇଟି ବିଶ୍ବବିଦ୍ୟାଳୟରେ ତିନି ଥର କୁଳପତି ଭାବେ ଦାୟିତ୍ବ ନେଇଛନ୍ତି । ସୋନି ୨୦୧୫ରେ ଦୁଇ ଥର ଡ. ବାବା ସାହେବ ଆମ୍ବେଦକର ମୁକ୍ତ ବିଶ୍ବବିଦ୍ୟାଳୟରେ କୁଳପତି ଭାବେ ଦାୟିତ୍ବ ତୁଲାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+