ବିହାରର ଏହି ନିର୍ବାଚନ ମଣ୍ତଳିରୁ ନିର୍ବାଚନ ଲଢିବେ ଅଭିନେତା ମନୋଜ ବାଜପେୟୀ!
Manoj Bajpayee Lok Sabha Election: ଚଳଚ୍ଚିତ୍ର ଏବଂ ୱେବ୍ ସିରିଜ୍ ଜରିଆରେ ଦର୍ଶକଙ୍କୁ ଇମପ୍ରେସ କରୁଥିବା ଅଭିନେତା ମନୋଜ ବାଜପେୟୀ ବର୍ତ୍ତମାନ ସୋସିଆଲ ମିଡିଆରେ ଟ୍ରେଣ୍ତ କରୁଛନ୍ତି । ହେଲେ ଏଥର ତାଙ୍କ ଅଭିନୟ ପାଇଁ ନୁହେଁ ବରଂ ଲୋକସଭା ନିର୍ବାଚନ ପାଇଁ । ଚର୍ଚ୍ଚା ହେଉଛି ଯେ ଅଭିନେତା ଏଥର ନିର୍ବାଚନ ଲଢିପାରନ୍ତି । ମନୋଜ ବାଜପେୟୀ ବିହାରର ପଶ୍ଚିମ ଚମ୍ପାରନ ଆସନରୁ ନିର୍ବାଚନ ଲଢିବେ ବୋଲି ମଧ୍ୟ କୁହାଯାଉଛି ।
ବାସ୍ତବରେ, ନିକଟରେ ମନୋଜ ବାଜପେୟୀ ବିହାର ଯାଇଥିଲେ ଏବଂ ସେଠାରେ ସେ ପୂର୍ବ ଚମ୍ପାରାନର ସ୍କୁଲ ପିଲାମାନଙ୍କ ସହ ଭୋଜପୁରୀରେ କଥା ହୋଇଥିଲେ। ଯାହା ପରଠୁ ମନୋଜ ବାଜପେୟୀ ବିହାରର ଏହି ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।

ଗୁରୁବାର ଦିନ ଏକ ନ୍ୟୁଜ୍ ପୋର୍ଟାଲରେ ମନୋଜ ବାଜପେୟୀ ବିହାରର ପଶ୍ଚିମ ଚମ୍ପାରନ୍ ଆସନରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ଏହା ପରେ ଏହି ଖବର ସୋସିଆଲ ମିଡିଆରେ ଭାଇରାର ହୋଇଥିଲା । ହେଲେ ଅଭିନେତା ଏନେଇ କୌଣସି ପ୍ରତିକ୍ରିୟା ଦେଇ ନଥିଲେ । ହେଲେ ଶେଷ ମନୋଜ ବାଜପେୟୀ ମୁହଁଖୋଲିଛନ୍ତି ।
Bihar Buzz - Bollywood actor Manoj Bajpayee is likely to contest Lok Sabha election from West Champaran Lok Sabha constituency as opposition alliance candidate.
Irrespective of opposition candidate BJP will win this constituency.#2024LSElectionWithNAI
— News Arena India (@NewsArenaIndia) January 4, 2024
ଏକ ନ୍ୟୁଜ୍ ପୋର୍ଟଲକୁ ଏହି ଖବର ପ୍ରକାଶ ପାଇଲା ପରେ ଅଭିନେତା କହିଛନ୍ତି, ଠିକ ଅଛି, ମୋତେ କୁହ କିଏ ଏହା କହିଲା ନା ଗତକାଲି ରାତିରେ ତୁମେ ସ୍ୱପ୍ନ ଦେଖିଲ? କୁହ, କୁହ! '। ଅଭିନେତା ଏହି ଟ୍ୟୁଟ୍ ବର୍ତ୍ତମାନ ଲୋକଙ୍କ ମନ ଜିଣିଛି ଏବଂ ଖୁବ୍ ଭାଇରାଲ ହେବାରେ ଲାଗିଛି ।












Click it and Unblock the Notifications