ଲୋକସଭା ନିର୍ବାଚନ ଲଢ଼ିବେ ମନହୋର!

ନୂଆଦିଲ୍ଲୀ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟରଙ୍କ ଇସ୍ତଫା । ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ମନୋହର ଲାଲ୍ ।ଲୋକସଭା ନିର୍ବାଚନ ପୂର୍ବରୁ ଆସନ ବୁଝାମଣାକୁ ନେଇ ବିଜେପି ଏବଂ ଜେଜେପି ଭିତରେ ମତାନ୍ତରର ଖବର ଶୁଣିବାକୁ ମିଳୁଛି । ଏହି କାରଣରୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇଛନ୍ତି ।

କ୍ୟାବିନେଟ ଭଙ୍ଗ କରିବା ପରେ ହରିୟାଣାନାରେ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ଜଣାଯାଇଛି । ଅନ୍ୟପଟେ ହରିୟାଣାର ସ୍ୱାଧୀନ ବିଧାୟକ ନୟନ ପାଲ ରାୱତ କହିଛନ୍ତି, ମନୋହର ଲାଲଙ୍କ ନେତୃତ୍ୱରେ ସରକାରଙ୍କୁ ଆମେ ସମର୍ଥନ କରିସାରିଛୁ । ଏପରିକି ଲୋକ ସଭା ନିର୍ବାଚନ ପାଇଁ ରଣନୀତି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିବା ସେ କହିଛନ୍ତି । ଏପରିକି ମନୋହର ଲାଲଙ୍କ ଇସ୍ତଫା ପରେ ସେ ଲୋକ ସଭା ନିର୍ବାଚନ ଲଢ଼ିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡିଛି ।

Manohar Lal Khattar

ଜେଜେପି ନେତା ଦୁଷ୍ୟନ୍ତ ଚୌତାଲା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟି ରାଜ୍ୟର ଦୁଇ ସହଯୋଗୀଙ୍କ ମଧ୍ୟରେ ଆସନ ବୁଝାମଣା ବିଷୟରେ ଆଲୋଚନା କରିବାର ଗୋଟିଏ ଦିନ ପରେ ହରିୟାଣାର ରାଜନୈତିକ ମାହୋଲ ପୂରା ବଦଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+