ବିଜେପି ମନହୋରଙ୍କୁ କଲା ପ୍ରାର୍ଥୀ , ଖଟ୍ଟର କହିଲେ ୨୦୪୭ ସୁଦ୍ଧା ଭାରତ ହେବ....

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପି ତାହାର ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ଦ୍ୱିତୀୟ ତାଲିକାରେ ୭୨ ଜଣ ପ୍ରାର୍ଥୀଙ୍କ ନାମ ଅଛି । କର୍ଣ୍ଣାଟକ ମହାରାଷ୍ଟ୍ରରୁ ୨୦ ଜଣ ଲେଖାଏଁ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି ବିଜେପି । ମଧ୍ୟପ୍ରେଦଶରୁ ୫, ତେଲେଙ୍ଗାନାରୁ ୬, ହରିୟାଣାର ୬ ପ୍ରାର୍ଥୀଙ୍କୁ ଟିକେଟ ମିଳିଛି । ଗୁଜରାଟରୁ ୭, ଦିଲ୍ଲୀରୁ ୨, ହିମାଚଳରୁ ୨ ଜଣଙ୍କୁ ଟିକେଟ । ଉତ୍ତରାଖଣ୍ଡରୁ ୨, ତ୍ରିପୁରାରୁ ଜଣେ ଜାମନଡ୍ୟୁରୁ ଜଣେ ନେତାଙ୍କୁ ମିଳିଛି ଟିକେଟ ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ହିମାଚଳର ହମିରପୁର ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି । ଅନ୍ୟ ପ୍ରାର୍ଥୀମାନେ ହେଲେ ଧାରୱାଡରୁ ପ୍ରହ୍ଲାଦ ଯୋଶୀ, ନାଗପୁରରୁ ନୀତିନ ଗଡକରୀ ଏବଂ କର୍ନାଲରୁ ମନୋହର ଲାଲ ଖଟ୍ଟର । ଆଉ ଖଟ୍ଟରଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଏକ୍ସ ରେ ପୋଷ୍ଟ କରି ମନେ।ହର କହିଛନ୍ତି, 'ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାତୀୟ ରାଷ୍ଟ୍ରିୟଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ କୃତଜ୍ଞତା ଜଣାଉଛି ।

Prime Minister Narendra Modi JP Nadda national manohar lal khattar

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଆମେ ଦେଶରେ ୪୦୦ ଟି ସିଟ୍ ଜିତି ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ଲକ୍ଷ୍ୟ ହାସଲ କରିବା ଦିଗରେ ସମ୍ପୂର୍ଣ୍ଣ ନିଷ୍ଠାର ସହିତ କାର୍ଯ୍ୟ କରିବୁ । ମୋର ମୁଖ୍ୟମନ୍ତ୍ରୀ ଥିବାବେଳେ ହରିୟାଣାର ପ୍ରତ୍ୟେକ ନାଗରିକ ମୋତେ ଦେଇଥିବା ଭଲପାଇବା ଏବଂ ଆଶୀର୍ବାଦ ପାଇଁ ମୋର ମା, ଭଉଣୀ ଏବଂ ଝିିଅଙ୍କ ସମେତ ସମସ୍ତ ନାଗରିକଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି ।

ମୋର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଅଛି ଯେ କର୍ଣ୍ଣଲ ଲୋକସଭା ପାଇଁ ପ୍ରାର୍ଥୀ ଭାବରେ ତୁମେ ମୋତେ ସମାନ ଭଲପାଇବା ଏବଂ ସ୍ନେହ ଦେବ ଯେପରି ତୁମେ ମୋତେ କର୍ଣ୍ଣଲ ବିଧାନସଭାର ବିଧାୟକ ଭାବରେ ଦେଇଥିଲ ବୋଲି କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+