ପରଲୋକରେ ଶିବସେନାର ପ୍ରଥମ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ । ଗତକାଲି ସନ୍ଧ୍ୟାରେ ଖବର ଆସିଥିଲା ଯେ ପୂର୍ବତନ ଲୋକସଭା ବାଚସ୍ପତି ମନୋହର ଯୋଶୀଙ୍କର ହୃଦଘାତ ହୋଇଥିଲା, ପରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ହୋଇଥିଲା । ରାତି ପ୍ରାୟ 3 ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମନୋହର ଯୋଶୀଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ସକାଳ 11 ଟାରୁ 2 ଟା ପର୍ଯ୍ୟନ୍ତ ମାଟୁଙ୍ଗାସ୍ଥିତ ତାଙ୍କ ଘରେ ରଖାଯିବ । ଏହାପରେ ଏକ ଶୋଭାଯାତ୍ରାରେ ତାଙ୍କ ମୃତଦେହକୁ ଦାଦର ଶ୍ମଶାନ ଘାଟକୁ ନିଆଯିବ । ସେଠାରେ ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନ ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ।

Manohar Joshi

ମନୋହର ଯୋଶୀ ଶିବସେନାର ଜଣେ ବରିଷ୍ଠ ନେତା ଥିଲେ। ଆମେ ଆପଣଙ୍କୁ କହିରଖୁଛୁ ଯେ ଯୋଶୀ 1995 ରୁ 1999 ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଅବିଭକ୍ତ ଶିବସେନାର ପ୍ରଥମ ନେତା ଯିଏକି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ବ୍ୟତୀତ ମନୋହର ଯୋଶୀ ମଧ୍ୟ ଜଣେ ସାଂସଦ ରହିଛନ୍ତି ଏବଂ ତତ୍କାଳୀନ ବାଜପେୟୀ ସରକାରରେ 2002 ରୁ 2004 ପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ମଧ୍ୟ ଥିଲେ। ମାର୍ଚ୍ଚ 1995 ରେ ମନୋହର ଯୋଶୀ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିଲେ।

୧୯୩୭ ଡିସେମ୍ବର ୨ ତାରିଖରେ ମହାରାଷ୍ଟ୍ର ରାୟଗଡ ଜିଲ୍ଲାର ନନ୍ଦବୀ ଗାଁରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ ଜନ୍ମ ହୋଇଥିଲେ। ତାଙ୍କର ପୁରା ନାମ ଥିଲା ମନୋହର ଗଜାନନ ଯୋଶୀ । ପାଠ ପଢିବା ପାଇଁ ମୁମ୍ବାଇ ଆସିଥିବା ବେଳେ ପାଠପଢ଼ା ସାରି ମୁମ୍ବାଇ ନଗର ନିଗମରେ ଜଣେ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲେ । ସେବେଠୁ ସେ ମୁମ୍ବାଇରେ ହିଁ ରହି ଯାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+