ମନ୍ କି ବାତରେ ସ୍ପେସ୍ ସେକ୍ଟର ଉପରେ ଏଭଳି କିଛି କହିଲେ ପିଏମ ମୋଦୀ, ଜାଣନ୍ତୁ କଣ କହିଲେ...
ନୂଆଦିଲ୍ଲୀ:ନୂଆଦିଲ୍ଲୀ,୨୫ା୮: ଆଜି ଅଗଷ୍ଟ ୨୫ ଅର୍ଥାତ୍ ରବିବାର ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ମନ୍ କି ବାତ୍' କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି। ଏହା 'ମନ୍ କି ବାତ୍'ର ୧୧୩ ତମ ଏପିସୋଡ୍। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ୨୮ ଜୁଲାଇରେ 'ମନ୍ କି ବାତ୍'ର ୧୧୨ ତମ ଏପିସୋଡକୁ ସମ୍ବୋଧିତ କରିଥିଲେ। ତା'ପରେ ପ୍ରଧାନମନ୍ତ୍ରୀ ପ୍ୟାରିସ ଅଲିମ୍ପିକ୍ସ, ଗଣିତ ଅଲିମ୍ପିଆଡ, ଆସାମ ମୋଇଡାମ, ଟାଇଗର ଦିବସ, ଜଙ୍ଗଲ ସଂରକ୍ଷଣ ଏବଂ ସ୍ବାଧୀନତା ଦିବସ ବିଷୟରେ କହିଥିଲେ।
'ମନ୍ କି ବାତ୍' କାର୍ଯ୍ୟକ୍ରମର ୧୧୩ ତମ ସଂସ୍କରଣରେ ଦେଶବାସୀଙ୍କ ସହ ମନଖୋଲି କଥା ହୋଇଛନ୍ତି। ଏହି ସମୟରେ ସେ ମହାକାଶ ଜଗତ ସହିତ ଜଡିତ ଯୁବବର୍ଗମାନଙ୍କ ସହ କଥା ହୋଇଛନ୍ତି। ସେ ଜାତୀୟ ମହାକାଶ ଦିବସ ଏବଂ ଚନ୍ଦ୍ରାୟନ-୩ ବିଷୟରେ ମଧ୍ୟ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଅଗଷ୍ଟ ୨୩ରେ ଦେଶ ପ୍ରଥମ ଜାତୀୟ ମହାକାଶ ଦିବସ ପାଳନ କରି ଚନ୍ଦ୍ରଯାନ-୩ର ସଫଳତାକୁ ପାଳନ କରିଥିଲା । ଗତ ବର୍ଷ, ଏହି ଦିନ ଚନ୍ଦ୍ରାୟନ-୩ ସଫଳତାର ସହିତ ଚନ୍ଦ୍ରର ଦକ୍ଷିଣ ଭାଗ ଶିବ-ଶକ୍ତି ବିନ୍ଦୁରେ ଅବତରଣ କରିଥିଲା।

ଅନ୍ୟପଟେ ସେ କହିଛନ୍ତି 'ଚଳିତ ବର୍ଷ ମୁଁ ଲାଲ୍କିଲ୍ଲାରୁ ଏକ ଲକ୍ଷ ଯୁବକଙ୍କୁ ରାଜନୈତିକ ପୃଷ୍ଠଭୂମି ବିନା ରାଜନୈତିକ ବ୍ୟବସ୍ଥାରେ ଯୋଡ଼ିବାକୁ ଏକ ଆହ୍ବାନ ଦେଇଛି। ଏହା ଉପରେ ମୋତେ ଜବରଦସ୍ତ ପ୍ରତିକ୍ରିୟା ବି ମିଳିଛି। ଏଥିରୁ ଜଣାପଡୁଛି ଆମ ଦେଶର ଅନେକ ଯୁବକ ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି। ସେମାନେ କେବଳ ଉପଯୁକ୍ତ ସୁଯୋଗ ଏବଂ ସଠିକ ମାର୍ଗଦର୍ଶନ ଖୋଜୁଛନ୍ତି।
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, 'ପରାମର୍ଶ ପଠାଇଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ସ୍ୱାଧୀନତା ସଂଗ୍ରାମ ସମୟରେ ମଧ୍ୟ ସମାଜର ପ୍ରତ୍ୟେକ ବର୍ଗର ଅନେକ ଲୋକ ଆଗକୁ ଆସିଥିଲେ। ଯେଉଁମାନଙ୍କର କୌଣସି ରାଜନୈତିକ ପୃଷ୍ଠଭୂମି ନ ଥିଲା। ଭାରତର ସ୍ୱାଧୀନତା ପାଇଁ ସେମାନେ ନିଜକୁ ବଳିଦାନ ଦେଇଥିଲେ। ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାକୁ ଆଜି ଆମକୁ ପୁଣି ଥରେ ସମାନ ଉତ୍ସାହର ଆବଶ୍ୟକତା ରହିଛି। ମୁଁ ମୋର ସମସ୍ତ ଯୁବବର୍ଗ ବନ୍ଧୁମାନଙ୍କୁ ନିଶ୍ଚିତ ଭାବେରେ ଏହି ଅଭିଯାନରେ ଯୋଗଦେବାକୁ କହିବି।'












Click it and Unblock the Notifications