Mann Ki Baat :ଆସନ୍ତାକାଲି ପିଏମ ମୋଦୀଙ୍କ ୧୩୦ତମ ‘ମନ କି ବାତ୍'
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ପୂର୍ବାହ୍ନ ୧୧ଟା ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ହେବ ମନ୍ କୀ ବାତ୍ର ୧୩୦ତମ ସଂସ୍କରଣ । ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏ.ଆଇ.ଆର୍. ମୋବାଇଲ୍ ଆପ୍ରେ ଏହି କାର୍ଯ୍ୟକ୍ରମ ଉପଲବ୍ଧ ହେବ।

ଆକାଶବାଣୀ ସମ୍ବାଦ, ଡି.ଡି. ନ୍ୟୁଜ୍, ପି.ଏମ୍.ଓ. ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମନ୍ କୀ ବାତ୍ କାର୍ଯ୍ୟକ୍ରମର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ। ପ୍ରଧାନମନ୍ତ୍ରୀଙ୍କର ସମ୍ବୋଧନ ପରେ ଆଞ୍ଚଳିକ ଭାଷାରେ ମନ୍ କୀ ବାତ୍ ପ୍ରସାରଣ କରାଯିବ। ଆଞ୍ଚଳିକ ଭାଷାରେ ଏହାର ଭାଷାନ୍ତର ପୁଣିଥରେ ରାତି ୮ଟାରେ ପ୍ରସାରଣ କରାଯିବ।












Click it and Unblock the Notifications