ମନ୍ କି ବାତ୍ : ମହାକାଶ କ୍ଷେତ୍ରରୁ ରାଷ୍ଟ୍ର କ୍ରୀଡା ପର୍ଯ୍ୟନ୍ତ ଭାରତର ସଫଳତା ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ ମୋଦି
ଆଜି ଥିଲା ମନ୍ କି ବାତ୍ । ମହାକାଶ କ୍ଷେତ୍ରରୁ ରାଷ୍ଟ୍ର କ୍ରୀଡା ପର୍ଯ୍ୟନ୍ତ ଭାରତର ସଫଳତା ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ ମୋଦି।
ନୂଆଦିଲ୍ଲୀ: ଆଜି ମନ କି ବାତର 94ତମ ସଂସ୍କରଣ ଥିଲା । ଆଜି ଦେଶବାସୀଙ୍କୁ ଛଟ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବରୁ ଗୁଜୁରାଟରେ ଛଟ ପୂଜା ନଥିବା ବେଳେ ସମୟ କ୍ରମେ ଗୁଜୁରାଟବାସୀ ଏହି ପର୍ବକୁ ପାଳନ କରୁଛନ୍ତି । ଏହା ଦେଖି ମୁଁ ଖୁବ ଖୁସି ବୋଲି ସେ କହିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି 'ସୌର ଶକ୍ତି ' ବାବଦରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ସୌର ଶକ୍ତିକୁ ନେଇ ଦୁନିଆ ନୂତନ ଭବିଷ୍ୟତ ଦେଖୁଥିବା କହିଛନ୍ତି। ଚଳିତ ମାସରେ 23ଟି ଆଇଆଇଟି ସେମାନଙ୍କର ସେମାନଙ୍କର ରିସର୍ଚ ପ୍ରୋଜେକ୍ଟ ପ୍ରଦର୍ଶନ କରିବା ପାଇଁ ଆସିଥିବା କହିଛନ୍ତି । ନବଜାତକଙ୍କ ପାଇଁ ଆଇଆଇଟି ଭୁବନେଶ୍ବର ଟିମ ପୋର୍ଟେବଲ ବ୍ୟାଟେରୀ ଚାଳିତ ଭେଣ୍ଟିଲେଟର ନିର୍ମାଣ କରିଛନ୍ତି।

ଅପରିପକ୍ବ ନବଜାତକଙ୍କ ଜୀବନ ରକ୍ଷା କ୍ଷେତ୍ରରେ ଏହାକୁ ବ୍ୟବହାର କରିହେବ ବୋଲି ମୋଦି କହିଛନ୍ତି। ଏଥିସହିତ ମହାକାଶ ଅଭିଯାନର ସଫଳତା ବିଷୟରେ ବର୍ଣ୍ଣନା କରିଛନ୍ତି । ପୁରୁଣା ଦିନକୁ ମନେ ପକାଇ ଦେଶକୁ 'କ୍ରାୟୋଜେନିକ ରକେଟ ଟେକ୍ନୋଲୋଜି' ଦେବା ନେଇ ଅଗ୍ରାହ୍ୟ କରାଯାଇଥିଲା । କିନ୍ତୁ ଭାରତର ବୈଜ୍ଞାନିକମାନେ କେବଳ ସ୍ବଦେଶୀ ବୈଷୟିକ ବିଦ୍ୟା ବିକଶିତ କରି ନାହାଁନ୍ତି ବରଂ ଆଜି ଏହାଦ୍ବାରା ମହାକାଶକୁ ଏକକାଳୀନ ଅନେକ କୃତ୍ରିମ ଉପଗ୍ରହ ଉତକ୍ଷେପଣ କରୁଛନ୍ତି।
ଏହାପରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରିବେଶ ପ୍ରତି ସମ୍ବେଦନଶୀଳ ହେବାକୁ ଅନୁରୋଧ କରିଥିଲେ ଏବଂ ଏହାକୁ ଏକ ଜୀବନଶୈଳୀ ରେ ପରିଣତ କରିବାକୁ କହିଥିଲେ । ସେ କର୍ଣ୍ଣାଟକ, ତାମିଲନାଡୁ ଏବଂ ତ୍ରିପୁରାରୁ ପରିବେଶ ଅନୁକୂଳ ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଯାହା ସମସ୍ତଙ୍କୁ ପ୍ରେରଣା ଦେଇପାରିବ।
"ଦେଶର ବିଭିନ୍ନ ସ୍ଥାନରେ ପରିବେଶ ସୁରକ୍ଷା ପାଇଁ ବଢୁଥିବା ଉତ୍ସାହ ଦେଖି ମୁଁ ବହୁତ ଖୁସି । କିଛି ଦିନ ପୂର୍ବେ ଭାରତରେ ପରିବେଶ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ମିଶନ ଲାଇଫ୍ ମଧ୍ୟ ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ, ଭଗବାନ ବିର୍ସା ମୁଣ୍ଡା ଭାରତର ସ୍ୱାଧୀନତା ଏବଂ ସମୃଦ୍ଧ ଆଦିବାସୀ ସଂସ୍କୃତିର ସୁରକ୍ଷା ପାଇଁ ନିଜ ଜୀବନ ବଳିଦାନ ଦେଇଛନ୍ତି।












Click it and Unblock the Notifications