Mann Ki Baat: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍’: ଅଭିଭାଷଣରେ କଣ କଣ କହିଲେ ମୋଦି ?
ପ୍ରଧାନମନ୍ତ୍ରୀମୋଦି 'ମନ୍ କି ବାତ୍' କାର୍ଯ୍ୟକ୍ରମର ତାଙ୍କ ଜୀବନର ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତଗୁଡ଼ିକୁ ମନେ ପକାଇଛନ୍ତି । ମୋଦି କହିଛନ୍ତି, ସେ ସ୍ବତନ୍ତ୍ର ବିର୍ସାମୁଣ୍ଡାଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି।
ପ୍ରଧାନମନ୍ତ୍ରୀ ସାଇବର ଠକେଇକୁ ନେଇ ସଚେତନ କରାଇଛନ୍ତି । ଏହି ସଚେତନତା ପାଇଁ ୩ ସୂତ୍ର ଆପଣାଇବାକୁ ମୋଦି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, 'ଫ୍ରଡ୍ କଲ୍ ଆସିଲେ ଧୈର୍ଯ୍ୟ ଧରିବା ସହ ଭାବନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ । କୌଣସି ଏଜେନ୍ସି ଫୋନ୍ କରି ପଚରାଉଚରା କରେନାହିଁ। ଫ୍ରଡ୍ କଲ୍ ଆସିଲେ ୧୯୩୦କୁ କଲ୍ କରି ଜଣାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ମେଡ୍ ଇନ୍ ଇଣ୍ଡିଆ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆନିମେଶନ ଜଗତରେ ଭାରତ ଏକ ନୂତନ ବିପ୍ଳବ ଆଣିଛି । ଆନିମେଟେଡ୍ ସିରିଏଲ ବିଷୟରେ ଉଲ୍ଲେଖ କରି ମୋଦି କହିଛନ୍ତି, 'ଦେଶରେ ସୃଜନଶୀଳତାର ଲହରି ଚାଲିଛି । ଯେତେବେଳେ ଛୋଟା ଭୀମ୍ ଟିଭିରେ ଆସୁଥିଲେ, ପିଲାମାନେ ଏତେ ଖୁସି ଥିଲେ। ଆମର ଅନ୍ୟ ଆନିମେଟେଡ୍ ସିରିଏଲ ମୋଟୁ-ପତ୍ଲୁ, ହନୁମାନ ଲୋକପ୍ରିୟ ଧାରାବାହିକ। ସମଗ୍ର ବିଶ୍ୱରେ ଭାରତର ଆନିମେଶନ ଲୋକପ୍ରିୟ ଅଟେ । ସେ ଆହୁରି ମଧ୍ୟ କହିଛନ୍ତି, ଦୁଇ ମହାନ ବ୍ୟକ୍ତିଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଆସୁଛି।
ସେ କହିଛନ୍ତି, 'ଆଜି ଆନିମେଶନ ସେକ୍ଟର ଏକ ଇଣ୍ଡଷ୍ଟ୍ରିର ରୂପ ନେଇଛି ଯାହା ଅନ୍ୟ ଶିଳ୍ପକୁ ଶକ୍ତି ପ୍ରଦାନ କରୁଛି, ଯେପରି ଭିଆର୍ ପର୍ଯ୍ୟଟନ ଆଜିକାଲି ବହୁତ ପ୍ରସିଦ୍ଧ ହେଉଛି। ଆପଣ ଭର୍ଚୁଆଲ ଟୁର୍ ମାଧ୍ୟମରେ ଅଜନ୍ତା ଗୁମ୍ଫା ପରିଦର୍ଶନ କରିପାରିବେ। ଆପଣ ଏଥିରେ କୋଣାର୍କ ମନ୍ଦିରର କରିଡର କିମ୍ବା ବାରାଣସୀ ଘାଟ ବୁଲିବେ ।
ପ୍ରଧାନମନ୍ତ୍ରୀ କହିଛନ୍ତି, 'ବର୍ତ୍ତମାନ ଆତ୍ମନିର୍ଭରଶୀଳ ଭାରତ ଅଭିଯାନ ଏକ ଜନ ଅଭିଯାନରେ ପରିଣତ ହେଉଛି ଏବଂ ଆମେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରୁଛୁ। ଉଦାହରଣ ସ୍ବରୂପ, ଏହି ମାସରେ ଆମେ ଲଦାଖର ହାନଲେରେ ଏସିଆର ସର୍ବବୃହତ ଇମେଜିଙ୍ଗ ଟେଲିସ୍କୋପ ଏମ୍ଏସିଇର ଉଦ୍ଘାଟନ କରିଛୁ । ଏହାର ଉଚ୍ଚତା ୪୩୦୦ ମିଟର ।













Click it and Unblock the Notifications