ମନ୍ କି ବାତ୍: 1975 ଏମରଜେନ୍ସିକୁ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନା
ଆଜି ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶବାସୀକୁ ସମ୍ବୋଧନ କରି 1975 ଜରୁରୀକାଳୀନ ସ୍ଥିତି କଳା ଫର୍ଦ୍ଦକୁ ସମାଲୋଚନା କରିଛନ୍ତି ସେ ।
ନୂଆଦିଲ୍ଲୀ: ଆଜି ମନ୍ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶବାସୀକୁ ସମ୍ବୋଧନ କରି 1975 ଜରୁରୀକାଳୀନ ସ୍ଥିତି କଳା ଫର୍ଦ୍ଦକୁ ସମାଲୋଚନା କରିଛନ୍ତି ସେ । ଜରୁରୀକାଳୀନ ସ୍ଥିତିର ସେହି ଭୟାନକ ସମୟକୁ ଭୁଲିବା ଉଚିତ୍ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

କେବେ ବି ଜରୁରୀକାଳିନ ପରିସ୍ଥିତିରେ ସେ କଳା ପୃଷ୍ଠାକୁ ଭୁଲି ବା କଥା ନୁହେଁ । ଅମୃତ ମହୋତ୍ସବ କେବଳ ବିଦେଶୀଙ୍କଠୁ ସ୍ବାଧୀନତାର କାହାଣୀ କହୁନାହିଁ ଏହା 75 ବର୍ଷ ସ୍ବାଧୀନତାର ଯାତ୍ରା ବିଷୟରେ କହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶତାବ୍ଦୀରୁ ଆମ ଭିତରେ ଜଡିତ ଗଣତାନ୍ତ୍ରିକ ମୂଲ୍ୟବୋଧ ଯାହା ଆମ ଦେହରେ ପ୍ରବାହିତ ହୋଇଛି । ଭାରତର ଲୋକମାନେ ଜରୁରୀକାଳୀନ ପରିସ୍ଥିତିରୁ ମୁକ୍ତି ପାଇଲେ। ଗଣତନ୍ତ୍ରକୁ ପୁନଃସ୍ଥାପିତ କରିଥିବା କହିଛନ୍ତି ମୋଦି ।
ମହାମାରୀ ବିରୋଧରେ ସତର୍କତା ଅବଲମ୍ବନ କରିବାକୁ ପଡିବ । ଦେଶରେ ଟୀକାକରଣ ଜୋରଦାର ହୋଇଛି । ପ୍ରାୟ 200 କୋଟି ଡୋଜ ଟିକା ଛୁଇଁଛି । ଅଧିକରୁ ଅଧିକରୁ ସାବଧାନତା ଅବଲମ୍ବନ କରିବାକୁ ପଡିବ ବୋଲି କହିଛନ୍ତି ମୋଦି । ସେହିପରି ଜଳ ସଂରକ୍ଷଣ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସମୁଦ୍ର ବେଳାଭୂମିରେ ଆବର୍ଜନା ସଫା କରିବା ବିଷୟରେ କହିଛନ୍ତି ମୋଦି । ୱେଷ୍ଟକୁ ୱେଲ୍ଥର ସଫଳତାର ଚର୍ଚ୍ଚା କରି ଅନେକ ଉଦାହରଣ ଦେଇଛନ୍ତି । ମିଜୋରାମ ରାଜଧାନୀ ଆଇଜଲର ଏକ ସୁନ୍ଦର ନଦୀ ବିଷୟରେ କହିଛନ୍ତି । ସେ ନଦୀକୁ ବଞ୍ଚାଇବାକୁ ହୋଇଥିବା ପ୍ରୟାସ ବିଷୟରେ କହିଛନ୍ତି ମୋଦି ।












Click it and Unblock the Notifications