For Quick Alerts
Turn On Notification  
For Daily Alerts
Oneindia App Download

Mann ki Baat: ଜଳ ସଂରକ୍ଷଣ ଠାରୁ ଓଡିଆ ଯୁବକଙ୍କୁ ପ୍ରଶଂସା; ଜାଣନ୍ତୁ, 'ମନ କି ବାତ୍'ରେ ଆଜି କଣ ସବୁ କହିଲେ ପ୍ରଧାନମନ୍ତ୍ରୀ...

ଜଳ ସଂରକ୍ଷଣ ଠାରୁ ଆରମ୍ଭ କରି ଜଗତସିଂହପୁର ନାଉଗାଁର ସିଲୁ ନାୟକଙ୍କ ପ୍ରଶଂସା ଥିଲା ଆଜି 'ମନ କି ବାତ୍'ର ମୁଖ୍ୟ ଆକର୍ଷଣ ।

|

ନୂଆଦିଲ୍ଲୀ: ପ୍ରତ୍ୟେକ ମାସର ଶେଷ ରବିବାର ପରି ଆଜି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ନିଜର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ 'ମନ କି ବାତ୍' ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହା ତାଙ୍କର 74 ତମ 'ମନ କି ବାତ୍' କାର୍ଯ୍ୟକ୍ରମ ଥିଲା । ଜଳ ସଂରକ୍ଷଣ ଠାରୁ ଆରମ୍ଭ କରି ଜଗତସିଂହପୁର ନାଉଗାଁର ସିଲୁ ନାୟକଙ୍କ ପ୍ରଶଂସା ଥିଲା ଆଜି 'ମନ କି ବାତ୍'ର ମୁଖ୍ୟ ଆକର୍ଷଣ ।

Mann ki Baat

ନଜର ପକାନ୍ତୁ କେଉଁ କେଉଁ ବିଷୟ ଉପରେ ଆଜି 'ମନ କି ବାତ୍' କାର୍ଯ୍ୟକ୍ରମରେ କହିଲେ ମୋଦି-

  • 'ମନ କି ବାତ୍' ରେ ଆଜି ଓଡିଆ ଯୁବକଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଜଗତସିଂହପୁର ନାଉଗାଁର ସିଲୁ ନାୟକଙ୍କୁ ପ୍ରଶଂସା ମୋଦି । କହିଛନ୍ତି, ଯୁବକଙ୍କୁ ମାଗଣା ପାଠପଢା ସହ ସେନାରେ ଭର୍ତ୍ତି ପାଇଁ ଟ୍ରେନିଂ ଦେଉଥିବା ସିଲୁ ନାୟକ ସଫଳାତର ଅନ୍ୟନାମ ।
  • 'ଆତ୍ମନିର୍ଭରଶୀଳ ଭାରତ ଅଭିଯାନ'ରେ ବିଜ୍ଞାନର ଶକ୍ତିଙ୍କର ବହୁତ ଅବଦାନ ରହିଛି । ଆତ୍ମନିର୍ଭରଶୀଳତାର ଅର୍ଥ ହେଉଛି ତୁମେ ତୁମର ଭାଗ୍ୟ ନିର୍ଣ୍ଣୟ କରିବା ।
  • ଆମେ ଯେପରି ଦୁନିଆର ଅନ୍ୟ ବୈଜ୍ଞାନିକମାନଙ୍କ ବିଷୟରେ ଜାଣନ୍ତି, ସେହିପରି ଭାରତର ବୈଜ୍ଞାନିକମାନଙ୍କ ବିଷୟରେ ଆମେ ଜାଣିବା ଉଚିତ୍ ।
  • ଆଜି ମଧ୍ୟ ଜାତୀୟ ବୈଜ୍ଞାନ ଦିବସ । ଆଜି ଭାରତର ମହାନ ବୈଜ୍ଞାନିକ ଡକ୍ଟର ସି.ଭି. ରମଣଙ୍କ ଦ୍ୱାରା କରାଯାଇଥିବା ରମଣ ପ୍ରଭାବ ଆବିଷ୍କାର ପାଇଁ ଉତ୍ସର୍ଗୀକୃତ ।
  • ଆମେ ଆମର ଜିନିଷ ପାଇଁ ଗର୍ବିତ ହେବା ଉଚିତ । ଆମର ବୈଜ୍ଞନକୁ ଯୁବ ପୀଢିମାନେ ଆଧିକ ପଢିବା ଏବଂ ବୁଢିବା ଉଚିତ୍ ।
  • ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦେଶର ଏମିତି କୌଣସି କୋଣ ନାହିଁ, ଯେଉଁ ଜଳ ମହୋତ୍ସବ ନଥିବ । ଜଳ ହେଉଛି ଆମ ପାଇଁ ଜୀବନ ଏବଂ ବିଶ୍ୱାସ ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
'Mann ki Baat' Highlights: From water conservation to Praise of Odisha youth, PM Modi mentioned these special things
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X