ମନ କି ବାତ୍: ବଦଳିବ ଚଣ୍ଡିଗଡ ବିମାନ ବନ୍ଦର ନାମ
ଆଜି 93ତମ ‘ମନ କି ବାତ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଦେଶବାସୀଙ୍କୁ ଅଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ନୂଆଦିଲ୍ଲୀ: ଆଜି 93ତମ 'ମନ କି ବାତ' କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଦେଶବାସୀଙ୍କୁ ଅଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଆଜି ବିଭିନ୍ନ ନିଜ ସମ୍ବୋଧନରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କହିଛନ୍ତି । ଚଣ୍ଡିଗଡ ବିମାନ ବନ୍ଦରର ନାମ ପରିବର୍ତ୍ତନ ନେଇ କହିଛନ୍ତି ମୋଦି। ଶହୀଦ ଭଗତ ସିଂଙ୍କ ନାମରେ ନାମିତ ହେବ ଚଣ୍ଡିଗଡ ବିମାନ ବନ୍ଦର । 'ମନ କି ବାତ' କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଏଭଳି କରିବା ମହାନ ବୀରଙ୍କ ପାଇଁ ଶ୍ରଦ୍ଧାଞ୍ଜଳୀ ।

ପିଏମଙ୍କ ଜନ୍ମଦିନରେ ନମ୍ବିଆରୁ ଆଫ୍ରିକୀୟ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡାଯାଇଥିଲା । ଦେଶରୁ ବିଲୁପ୍ତ ପ୍ରାଣୀ ଦୀର୍ଘ ବର୍ଷ ପରେ ପୁଣି ଫେରିବା ନେଇ ସମସ୍ତଙ୍କ ଭିତରେ ଉତ୍ସାହ ଭରି ରହିଥିଲା । ସମଗ୍ର ଦେଶବାସୀ ଚିତାଙ୍କ ପାଇଁ ଗର୍ବ ଅନୁଭବ କରୁଥିବା ବେଳେ ଏମାନଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଟାକ୍ସଫୋର୍ସ ଗଠନ ହୋଇଛି । ଏହି ଟାକ୍ସଫୋର୍ସ 8 ଟି ଚିତାଙ୍କର ନୀରିକ୍ଷଣ କରିବ ବୋଲି ପ୍ରଧାନମନ୍ତ୍ରୀ ନିଜର କହିଥିଲେ ।
ସାମୁଦ୍ରିକ ଇକୋସିଷ୍ଟମ୍ ପାଇଁ ଜଳବାୟୁ ପରିବର୍ତ୍ତନ ପ୍ରମୁଖ ବିପଦ, ଏବଂ ଆମ ସମୁଦ୍ର କୂଳରେ ଆବର୍ଜନା ବର୍ତ୍ତମାନ ଚିନ୍ତା ବଢାଉଛି। ଏହି ଆହ୍ୱାନଗୁଡ଼ିକର ମୁକାବିଲା କରିବା ଆମର ଦାୟିତ୍ୱ ବୋଲି ମାନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।












Click it and Unblock the Notifications