୧୧ ଟି ବିଦେଶୀ ଭାଷାରେ ପ୍ରସାରିତ୍ ହେଲା 'ମନ୍ କି ବାତ୍' ର ୧୦୦ତମ ଏପିସୋଡ

mann ki baat

11 ଟି ବିଦେଶୀ ଭାଷାରେ ପ୍ରସାରିତ୍ ହେଲା ମୋଦୀଙ୍କ 'ମନ୍ କି ବାତ୍' ର ୧୦୦ ତମ ଏପିସୋଡ। ଫ୍ରେଞ୍ଚ, ଚାଇନିଜ୍, ଇଣ୍ଡୋନେସିଆ, ତିବ୍ଦତୀୟ, ବର୍ମୀ, ବଲୁଚି, ଆରବୀ, ପସ୍ତୁ, ଫାର୍ସି ଆଦି 11 ଟି ବିଦେଶୀ ଭାଷାରେ ପ୍ରସାରିତ ହୋଇଛି । ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓର ୫୦୦ ରୁ ଅଧିକ ଷ୍ଟେସନରୁ ପ୍ରସାରିତ ହୋଇଛି । ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଛି।

ମନ୍‌ କୀ ବାତ୍‌ରେ ମୋଦିଙ୍କ ସହ କଥା ହେଲେ UNSCO ଡିଜି ।୧୦୦ତମ ଏପିସୋଡ୍‌ର ସ୍ବତନ୍ତ୍ରତା ନେଇ କଥା ହେଲେ। G-20 ଅଧ୍ୟକ୍ଷତା ନେଇ ଭାରତକୁ ସେ ଶୁଭେଚ୍ଛା ଜଣାଇଛନ୍ତି। ବିଭିନ୍ନ କ୍ଷେତ୍ରରେ ଭାରତର ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ବେଟି ବଚାଓ ବେଟି ପଢ଼ାଓରୁ ଆରମ୍ଭ କରି ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି ମନ୍ କି ବାତ୍‌ରେ । ମନ୍ କୀ ବାତ୍' ଜନ ଆନ୍ଦୋଳନରେ ପରିଣତ ହୋଇଛି, ଏହା ଆପଣମାନେ କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । କୋଟି କୋଟି ଲୋକଙ୍କ ସହ ଯୋଡ଼ି ହୋଇ ରହିବା ମୋର ଉଦ୍ଦେଶ୍ୟ ଥିଲା । ମୁଁ ଆପଣମାନଙ୍କଠାରୁ ଦୂରରେ ନାହିଁ, ଆପଣମାନଙ୍କ ନିକଟରେ ଅଛି' । ଦେଶର ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ମୁଁ ପ୍ରେରଣା ପାଇଛି । ମନ୍ କୀ ବାତ୍' ମୋ ପାଇଁ ଆସ୍ଥା, ପୂଜା ଓ ବ୍ରତ । ଆମେ ଅନ୍ୟମାନଙ୍କ ଗୁଣକୁ ପ୍ରଶଂସା କରିବା ସହ ତାଙ୍କୁ ଉତ୍ସାହିତ କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମନ୍ କୀ ବାତ୍' ମୋ ଭାବନା ଓ କର୍ତ୍ତବ୍ୟ ସହ ଯୋଡ଼ି ହୋଇ ରହିଛି' ବୋଲି ମୋଦୀ କହିଛନ୍ତି।

୧୦୦ତମ ଏପିସୋଡ୍‌ରେ ସ୍ଥାନ ପାଇଛନ୍ତି ଓଡ଼ିଶାର ଡି. ପ୍ରକାଶ ରାଓ । ଚା ବିକି ସେ କିପରି ସେବା କରୁଥିଲେ କହିଲେ ମୋଦି । ଗରିବ ପିଲାଙ୍କ ପଢ଼ା ନେଇ ପ୍ରକାଶ ରାଓଙ୍କ ଅବଦାନ କଥା ପ୍ରଧାନମନ୍ତ୍ରୀ କହିଥିଲେ।

ଡି. ପ୍ରକାଶ ରାଓଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ଖଦି ପ୍ରତି ଲୋକଙ୍କ ଭଲ ପାଇବା, ଆଜାଦ କି ଅମୃତ ମହୋତ୍ସବ, ପ୍ଲାଷ୍ଟିକ ଉପରେ ରୋକ୍ ଲଗାଇବା ଆଦି ସାମାଜିକ କାର୍ଯ୍ୟକ୍ରମ କିଭଳି ମନ୍ କି ବାତ ଜରିଆରେ ଆରମ୍ଭ ହୋଇଛି ସେ ବାବଦରେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+