ଅନ୍ତିମ ଯାତ୍ରାରେ ବାହାରିଲେ ଡ.ମନମୋହନଙ୍କ ପାର୍ଥିବ ଶରୀର
ନୂଆଦିଲ୍ଲୀ: ଗୁରୁବାର ରାତିରେ ୯୨ବର୍ଷ ବୟସରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଦେହାନ୍ତ ହୋଇଥିଲା । ଦେହାନ୍ତ ପରେ ତାଙ୍କ ଝିଅ ଆସିପାରିନଥିବାରୁ ଶୁକ୍ରବାର ପରିବର୍ତ୍ତେ ଆଜି ତାଙ୍କର ଶେଷକୃତ୍ୟ ହେବ। ଏବେ ତାଙ୍କର ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିବା ଜଣାପଡ଼ିଛି। ନିଗମବୋଧ ଘାଟକୁ ତାଙ୍କ ପାଥିବ ଶରୀରକୁ ନିଆଯାଉଛି।
ପୂର୍ବାହ୍ନ ୧୧ଟା ୪୫ ମିନିଟ୍ ସମୟରେ ତାଙ୍କର ଶେଷକୃତ୍ୟ ନୂଆଦିଲ୍ଲୀର ନିଗମବୋଧ ଘାଟରେ ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ। ତାଙ୍କ ଅନ୍ତିମ ଯାତ୍ରାରେ କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ, ପ୍ରିୟଙ୍କା ଭଦ୍ରା ଏବଂ ରାହୁଲ ଗାନ୍ଧୀ ଯୋଗ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଅନେକ ନେତା ଶୁକ୍ରବାର ଦିନ ନୂଆଦିଲ୍ଲୀରେ ତାଙ୍କ ବାସଭବନରେ ଡ. ମନମୋହନ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।












Click it and Unblock the Notifications