ପରଲୋକରେ ମନମୋହନ ସିଂହ: ଏହି ରାଜ୍ୟର ସମସ୍ତ ସ୍କୁଲ, କଲେଜ ଛୁଟି
Manmohan Singh Death: ଭାରତୀୟ ରାଜନୀତିରେ ସମ୍ମାନିତ ବ୍ୟକ୍ତି ଡଃ ମନମୋହନ ସିଂହଙ୍କର ଗତକାଲି ୯୨ ବର୍ଷ ବୟସରେ ଦୋନ୍ତ ହୋଇଛି । ଦେଶ ପାଇଁ ତାଙ୍କ ଅବଦାନ ଅତୁନୀୟ । ମନମୋହନ ସିଂଙ୍କ ବିୟୋଗରେ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଶୁକ୍ରବାର ଦିନ ସମସ୍ତ ସରକାରୀ କାର୍ଯ୍ୟକ୍ରମ ବାତିଲ କରାଯିବା ନେଇ ଘୋଷଣା କରାଯାଇଛି । ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ ।

ସେହିରକି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ଦେହାନ୍ତ ପରେ କର୍ଣ୍ଣାଟକ ସରକାର ଆଜି ତାଙ୍କ ସମ୍ମାନାର୍ଥେ ରାଜ୍ୟର ସମସ୍ତ ସ୍କୁଲ ଏବଂ କଲେଜରେ ଛୁଟି ଘୋଷଣା କରିଛନ୍ତି। ଜାତୀୟ ଶୋକ ସମୟରେ ସମସ୍ତ ସରକାରୀ ଅଫିସର୍ରେ ଲାଗିଥିବା ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବ । ସାରା ଦେଶରେ ବର୍ତ୍ତମାନ ଶୋକର ଛାୟା ଖେଳିଯାଇଛି । ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି












Click it and Unblock the Notifications