ସିସୋଦିଆଙ୍କୁ ମିଳିଲାନି ଆଶ୍ୱସ୍ତି , ମେ' ୩୦ ଯାଏଁ ନ୍ୟାୟିକ ହେପାଜତ ବୃଦ୍ଧି
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ ଆଜି ମଦ ନୀତି ଦୁର୍ନିତ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର ହୋଇଥିଲେ । କୋର୍ଟ ସିସୋଦିଆ ଏବଂ ଅନ୍ୟ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ ମେ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଦିଲ୍ଲୀ ଏକ୍ସାଇଜ୍ ପଲିସି ସହ ଜଡିତ ସିବିଆଇ ମାମଲାରେ ହୋଇଥିବା ଶୁଣାଣି ପାଇଁ କୋର୍ଟ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ମନୀଷ ସିସୋଦିଆ ଏବଂ ଅନ୍ୟ ଗିରଫ ଅଭିଯୁକ୍ତମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜେଲରୁ ହାଜର କରାଯାଇଥିଲା ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ, ଏହା ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଆମ୍ ଆଦମୀ ପାର୍ଟି କୁ ଅଭିଯୁକ୍ତ କରିବ । ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷଙ୍କ ଜାମିନ ଆବେଦନକୁ ବିରୋଧ କରୁଥିବାବେଳେ ଇଡି ଏହା କହିଛି । ଶୁଣାଣି ସମୟରେ ଅଭିଯୁକ୍ତଙ୍କ ଓକିଲ କୋର୍ଟଙ୍କୁ କହିଛନ୍ତି ଯେ, ଚାର୍ଜ ଫ୍ରେମ୍ ଉପରେ ଶୁଣାଣି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଆବେଦନ ଉପରେ ଶୁଣାଣି ଆସନ୍ତା ୨୪ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟରେ ହେବ ।

ସିବିଆଇ ମାମଲାରେ ଚାର୍ଜସିଟ ଦାଖଲ ଉପରେ ଶୁଣାଣି ଆରମ୍ଭ କରିବାକୁ ହାଇକୋର୍ଟ ରୋକ ଲଗାଇଛନ୍ତି । ଦେବେ ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ମେ ୭ ରେ କୋର୍ଟ ମେ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।ସୂଚନାଯୋଗ୍ୟ, କରୋନା ସମୟରେ ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାର 'ଦିଲ୍ଲୀ ଏକ୍ସାଇଜ୍ ପଲିସି ୨୦୨୧-୨୨' କାର୍ଯ୍ୟକାରୀ କରିଥିଲେ । ଏହି ମଦ ନୀତି କାର୍ଯ୍ୟକାରୀ କରିବାରେ ଅନିୟମିତତା ଅଭିଯୋଗ ଆସିଥିଲା ଯାହା ପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର ସିବିଆଇ ତଦନ୍ତ ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ଦିଲ୍ଲୀ ଏକ୍ସାଇଜ୍ ପଲିସି ୨୦୨୧-୨୨ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ପ୍ରକାଶ ଥାଉକି, ଏହାର କାର୍ଯ୍ୟାନ୍ୱୟନରେ ଅନିୟମିତତା ଅଭିଯୋଗ ମଧ୍ୟରେ ନୂତନ ମଦ ନୀତି ପରେ ବାତିଲ କରାଯାଇଥିଲା ।
ନୂଆ ମଦ ନୀତିରେ ନିୟମ ଉଲ୍ଲଂଘନ ତଥା ପ୍ରକ୍ରିୟାଗତ ଅନିୟମିତତା ଅଭିଯୋଗରେ ୧୫ ଅଭିଯୁକ୍ତଙ୍କ ବିରୋଧରେ ଅଗଷ୍ଟ ୨୦୨୨ ରେ ସିବିଆଇ ଏହି ମାମଲାରେ ଏକ ଏଫଆଇଆର ପଞ୍ଜିକରଣ କରିଥିଲା । ପରେ ସିବିଆଇ ଦ୍ୱାରା ପଞ୍ଜିକୃତ ହୋଇଥିବା ମାମଲା ସଂପର୍କରେ ଇଡି ପିଏମଏଲଏ ଅଧୀନରେ ଏକ ମନି ଲଣ୍ଡରିଂ ମାମଲାର ଯାଞ୍ଚ ଆରମ୍ଭ କରିଥିଲା ।












Click it and Unblock the Notifications