ଜେଲରୁ କେବେ ବାହାରିବେ ମନୀଷ ସିସୋଦିଆ? ପୁଣି କୋର୍ଟରୁ ଲାଗିଲା ଝଟକା
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଲାଗିଲା ବଡ଼ ଝଟକା । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ମନୀଷ ସିସୋଡିଆଙ୍କୁ ସୁପ୍ରିମକୋର୍ଟରୁ ଝଟ୍କା ଲାଗିଛି । ପ୍ରଥମେ ସୁପ୍ରିମକୋର୍ଟରେ ଶୁଣାଣି ସ୍ଥଗିତ ରଖାଯାଇଥିଲା ଏବଂ ବର୍ତ୍ତମାନ ସୋମବାର ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆକୋର୍ଟରେ ହାଜର ହୋଇଥିଲେ । ରାଉସ ଆଭେନ୍ୟୁ କୋର୍ଟରେ ପରବର୍ତ୍ତୀ ଶୁଣାଣି ଜୁଲାଇ ୨୨ରେ ହେବ । ମନୀଷ ସିସୋଦିଆଦିଲ୍ଲୀ ସରକାରରେ ଅବକାରୀ ମନ୍ତ୍ରୀ ଥିଲେ । ଗତ ବର୍ଷ ଫେବୃଆରୀ ୨୬ରେ ସିବିଆଇ ତାଙ୍କୁ ମଦ ଦୁର୍ନୀତି ମାମଲାରେ ଗିରଫ କରିଥିଲା ।
୨୮ ଫେବୃଆରୀ ୨୦୨୩ରେ ସିସୋଡିଆ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏହା ପରେ ଇଡି ତାଙ୍କୁ ମାର୍ଚ୍ଚ ୨୦୨୩ରେ ମଦ ସହ ଜଡ଼ିତ ଅର୍ଥ କାରବାର ମାମଲାରେ ଗିରଫ କରିଥିଲା । ବର୍ତ୍ତମାନ ଉଭୟ ଇଡି ଏବଂ ସିବିଆଇ ଦ୍ୱାରା ସିସୋଡିଆ ବିରୋଧରେ ମାମଲା ଚାଲିଛି । ଜାମିନ ପାଇଁ ସିସୋଦିଆ ବେଳେବେଳେ ସୁପ୍ରିମକୋର୍ଟଙ୍କ କବାଟ ବାଡ଼ାଇଥାନ୍ତି ତ ଆଉ କେତେବେଳେ ରାଉସ ଆଭେନ୍ୟୁର ମଧ୍ୟ ଦ୍ୱାରସ୍ଥ ହୋଇଥାନ୍ତି ।

କିନ୍ତୁ ଆମ ଆଦ୍ମୀ ପାର୍ଟି ନେତା ଦେଶର ସର୍ବୋଚ୍ଚ ନ୍ୟାୟାଳୟରୁ କିମ୍ବା ନିମ୍ନ ଅଦାଲତରୁ ଆଶ୍ୱସ୍ତି ପାଇନାହାନ୍ତି । ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ହେବା କଥା । କିନ୍ତୁ ଶୁଣାଣି ବେଞ୍ଚରେ ଥିବା ଜଷ୍ଟିସ ସଞ୍ଜୟ କୁମାର ବ୍ୟକ୍ତିଗତ କାରଣରୁ ଏହି ମାମଲାରୁ ନିଜକୁ ଦୂରେଇ ରଖିଥିଲେ ।
ଉନିଷ ସିସୋଦିଆ ଜାମିନ ଆବେଦନ ଉପରେ ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କରୋଲ ଏବଂ ଜଷ୍ଟିସ ସଞ୍ଜୟ କୁମାର ଶୁଣାଣି କରିବେ । ଏହି ବେଞ୍ଚ କହିଛନ୍ତି, ଜଷ୍ଟିସ ସଞ୍ଜୟ କୁମାର ସଦସ୍ୟ ନ ଥିବା ଅନ୍ୟ ଏକ ବେଞ୍ଚ ମଦ ଦୁର୍ନୀତି ପ୍ରସଙ୍ଗରେ ଇଡି ଏବଂ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ମାମଲାରେ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ କରିବେ । ଜଷ୍ଟିସ ଖାନ୍ନା କହିଛନ୍ତି, ଆମର ଭାଇଙ୍କର କିଛି ଅସୁବିଧା ଅଛି, ସେ ବ୍ୟକ୍ତିଗତ କାରଣରୁ ଏହି ମାମଲାର ଶୁଣାଣି କରିବାକୁ ଚାହୁଁନାହାନ୍ତି ।












Click it and Unblock the Notifications