୧୭ ମାସ ପରେ ଜେଲରୁ ବାହାରିଲେ ସିସୋଦିଆ
ନୂଆଦିଲ୍ଲୀ : ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାରେ ଆମ ଆଦମୀ ପାର୍ଟି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ତିହାର ଜେଲରୁ ମୁକ୍ତ କରାଯାଇଛି। ୧୭ ମାସ ପରେ ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ୍ ମିଳିସାରିଛି । ମଦ ଦୁର୍ନୀତି ମାମଲାରେ ଗତବର୍ଷ ତାଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଏହି ମାମଲାରେ ଟ୍ରାଏଲ ଆରମ୍ଭ ହେବାରେ ବିଳମ୍ବ ହେବାରୁ ସୁପ୍ରିମକୋର୍ଟ ମନୀଷଙ୍କୁ ସିବିଆଇ ଏବଂ ଇଡି ଉଭୟ ମାମଲାରେ ଜାମିନ୍ ପ୍ରଦାନ କରିଛନ୍ତି । ଜାମିନ୍ ମିଳିବା ପରେ ତିହାର ଜେଲରୁ ବାହାରକୁ ଆସିଛନ୍ତି ମନୀଷ ସିସୋଦିଆ ।
ସୁପ୍ରିମକୋର୍ଟରେ ଜଷ୍ଟିସ ବି.ଆର ଗବଇ ଏବଂ ଜଷ୍ଟିସ କେ.ଭି ବିଶ୍ବନାଥନ କହିଛନ୍ତି ଯେ ସିସୋଡିଆ ୧୭ ମାସ ଧରି ଜେଲରେ ଅଛନ୍ତି ଏବଂ ମାମଲାର ଶୁଣାଣି ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ଯେଉଁଥ୍ପାଇଁ ତାଙ୍କୁ ଶୀଘ୍ର ବିଚାର କରିବାର ଅଧିକାରରୁ ବଂଚିତ କରାଯାଇଛି। ବେଞ୍ଚ ଏହା ମଧ୍ୟ କହିଛନ୍ତି ଯେ ଏହି ମାମଲାରେ ମନୀଷ ସିସୋଦିଆଙ୍କୁ ଜାମିନ ପାଇଁ ନିମ୍ନ କୋର୍ଟକୁ ପଠାଇବା ଠିକ୍ ହେବ ନାହିଁ।

ତେବେ ଜେଲରୁ ବାହାରିବା ମାତ୍ରେ ସେ ନିଜ ପାର୍ଟିର କର୍ମକର୍ତ୍ତା ମାନଙ୍କୁ ସମ୍ବୋଧନ କରିଛନ୍ତି । ଏହି ସମୟରେ 'ଭାରତ ମାତା କି- ଜୟ' ସ୍ଲୋଗାନରେ କମ୍ପି ଉଠିଥିଲା ଜେଲ ପରିସର । ମନୀଷଙ୍କୁ ସ୍ୱାଗତ କରିବା ପାଇଁ ଜେଲ୍ ବାହାରେ ଆପ୍ କାର୍ଯ୍ୟକର୍ତ୍ତାଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ଜେଲରୁ ମୁକୁଳିବା ସମୟରେ ଆପ୍ ସାଂସଦ ସଞ୍ଜୟ ସିଂହ ମଧ୍ୟ ନଜର ଆସିଛନ୍ତି ।
ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଜେଲରୁ ମୁକ୍ତି ପାଇବାର ମୁଖ୍ୟ ନାୟକଙ୍କ ଧନ୍ୟବାଦ୍ ଦେଇଛନ୍ତି ମନୀଷ ସିସୋଦିଆ । ଭାରତର ସମ୍ବିଧାନ ପାଇଁ ସେ ଆଜି ଜେଲରୁ ମୁକୁିଥିବା ପ୍ରକାଶ କରିଛନ୍ତି । ସେ ସିଧା ଜେଲରୁ ଯାଇ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିବେ AAP ନେତା ମନୀଷ ସିସୋଡିଆଙ୍କ ଓକିଲ ଦିଲ୍ଲୀ କୋର୍ଟରେ ବ୍ୟକ୍ତିଗତ ମୁଚାଲିକା କରିଥିଲେ। ତାଙ୍କୁ ଗତ ୧୭ ମାସ ଧରି ତିହାର ଜେଲରେ ରଖାଯାଇଥିଲା I












Click it and Unblock the Notifications