Get Updates
Get notified of breaking news, exclusive insights, and must-see stories!

ଜେଲରୁ ବାହାରିଲେ ମନୀଷ ସିସୋଦିଆ: ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ଜେଲରୁ ଘରେ ପହଞ୍ଚିଲେ

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ମନୀଷ ସିସୋଦିଆ । କୋର୍ଟରୁ ଅନୁମତି ମିଳିବା ପରେ ଆପ୍ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପୋଲିସ ସୁରକ୍ଷା ବଳୟ ସହ ନିଜ ଘରେ ପହଞ୍ଚିଛନ୍ତି । ଆଜି ପ୍ରାୟ ଦିନ 10ଟାରେ ସେ ମଥୁରା ରୋଡ୍ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି ।

ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ମନୀଷ ସିସୋଦିଆ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ସକାଳ 10 ଟାରୁ 4 ଟା ପର୍ଯ୍ୟନ୍ତ ଭେଟି ପାରିବେ । କାରଣ, ରାଉସ୍ ଆଭେନ୍ୟୁ କୋର୍ଟ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବା ପାଇଁ ମନୀଷ ସିସୋଦିଆଙ୍କୁ 6 ଘଣ୍ଟାର ଅନୁମତି ଦେଇଛନ୍ତି ।

manish sisodia

ସୂଚନାଅନୁସାରେ, ସିସୋଦିଆଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଗତକାଲି କୋର୍ଟ ତାଙ୍କୁ ଭେଟିବା ପାଇଁ ଅନୁମତି ଦେଇଥିଲେ । ଏହି ସମୟରେ ପୋଲିସ ତାଙ୍କ ସହ ଉପସ୍ଥିତ ରହିବେ ଏବଂ ଏହି ସମୟରେ ସେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଏହଂ ରାଜନୈତିକ କାର୍ଯ୍ୟରେ ଯୋଗନଦେବାକୁ କଡ଼ା ଚେତାବନୀ ଦେଇଛନ୍ତି କୋର୍ଟ । ସିସୋଦିଆଙ୍କ ପତ୍ନୀ ସୀମା ଅଟୋମ୍ୟୁମ୍ୟୁନ ଡିସଅର୍ଡର ଏବଂ ଏକାଧିକ ରୋଗରେ ପୀଡିତ ଅଛନ୍ତି ।

ତାଙ୍କ ଆବେଦନକୁ ସ୍ୱତନ୍ତ୍ର ବିଚାରପତି ଏମ.କେ ନାଗପାଲ ଶୁଣାଣି କରିଥିଲେ। ଶୁଣାଣି ପରେ ସ୍ପେଶାଲ ଜଜ୍ ଏମ.କେ ନାଗପାଲ ସିସୋଡିଆଙ୍କୁ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଶନିବାର ସକାଳ 10 ଟାରୁ 4 ଟା ମଧ୍ୟରେ ପୋଲିସ ହେପାଜତରେ ଭେଟିବାକୁ ଅନୁମତି ଦେଇଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ନକରିବା ଏବଂ ରାଜନୈତିକ ଅଂଶଗ୍ରହଣ ନକରିବା ସର୍ତ୍ତରେ ରାଉଣ୍ଡ ଆଭେନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ସାକ୍ଷାତ କରିବାକୁ ଅନୁମତି ଦେଇଛନ୍ତି।

ଦିଲ୍ଲୀ ଏକ୍ସାଇଜ୍ ପଲିସି ସହ ଜଡିତ ସିବିଆଇ ଏବଂ ଇଡି ମାମଲାର ଶୁଣାଣି କରୁଛି। ସିବିଆଇ ସହିତ ମନି ଲଣ୍ଡରିଂ ମାମଲାରେ ପୂର୍ବତନ ଡେପୁଟି ସିଏମ ମନୀଷ ସିସୋଦିଆ ଅଭିଯୁକ୍ତ ପ୍ରମାଣିତ ହୋଇଛନ୍ତି । ଉଭୟ ମାମଲାରେ ସିସୋଦିଆ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+